ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଶାଶୁ- ବୋହୂର ସମ୍ପର୍କ ଟିକେ ବଙ୍କା । ପ୍ରତ୍ୟକ ଦିନ ଶାଶୁ ଏବଂ ବୋହୂ ମଧ୍ୟରେ ଥିବ ଖିଟ୍ ପିଟ୍ ତଥା କଳି ଝଗଡା ସାମ୍ନାକୁ ଆସିଥାଏ । ଯାହା ବହୁ ପୁରାତନ କାଳରୁ ଏହି ସମ୍ପର୍କରେ ଲାଗି ରହିଥିବା ଅଡୁଆ ବିଷୟରେ ଆପଣ ଶୁଣି ଆସୁଥିବେ ।। କେଉଁ ସ୍ଥାନରେ ଶାଶୁ ଦୁଷ୍ଟ ବୋଲି ଶୁଣିବାକୁ ମିଳିଥାଏ ତ ପୁଣି କେତେକେ ସ୍ଥାନରେ ବୋହୂ ଦୁଷ୍ଟ ଥିବାର ଦୃଶ୍ୟ ନଜରକୁ ଆସିଥାଏ ।
କିନ୍ତୁ ଶାଶୁକୁ ନେଇ ଏବେ ଏଭଳି ଏକ ବୋହୂ ମଧ୍ୟରେ ଥିବା ବ୍ୟବହାର ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରିଦେବ । ଏବେ ନିମିଥା ବର୍ମା ରାଜେଶ ନାମକ ଜଣେ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଜ୍ଞା ନିମିଥାଙ୍କ ଶାଶୁ ମା’ ଜଣେ କର୍କଟ ରୋଗୀ । ଶାଶୁ ମା’ଙ୍କ କେମୋଥେରାପି ପୂର୍ବରୁ ନିମିଥା ନିଜେ ଲଣ୍ଡା ହୋଇଯାଇଛନ୍ତି । କାରଣ ତାଙ୍କ ଶାଶୁ ମା’ଙ୍କୁ ଯେପରି ଇମୋସନାଲ ସପୋର୍ଟ ମିଳୁ ସେନେଇ ନିମିଥା ନିଜର ସୁନ୍ଦରତାକୁ ଖାତିରି ନକରି ଲଣ୍ଡା ହୋଇଯାଇଛନ୍ତି । ଏକ ଫାଇନାନ୍ସ କମ୍ପାନୀର କଣ୍ଟେଟ ହେଡ୍ ହେଉଛନ୍ତି ନିମିଥା ବର୍ମା ।
ନିମିଥା କହିଛନ୍ତି କି , ସେ ଚାହୁଁଥିଲେ ଯେ କର୍କଟକୁ ନେଇ ତାଙ୍କ ଶାଶୁକୁ ଯେପରି ଡର ବା ଭୟ ନ ଲାଗୁ । ଯେତେବେଳେ ତାଙ୍କ ଶାଶୁ ମା’ଙ୍କ କେଶ ଝଡିବା ଆରମ୍ଭ ହେଲା ସେତେବେଳେ ସେ ତାଙ୍କ ଶାଶୁଙ୍କୁ କହିଥିଲେ କି ଦେଖନ୍ତୁ ମା ମୁଁ ବି କେଶ କାଟି ଦେଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ମୁଁ କେଶ କାଟିବା ସେହି ଲୋକଙ୍କ ପାଇଁ ସହାୟକ ହେବ ଯେଉଁମାନେ ୱିଗ୍ କିଣି ପାରୁ ନାହାନ୍ତିି । ସେଥିପାଇଁ ସେ ତାଙ୍କ କେଶକୁ ଦାନ କରିଦେଇଛନ୍ତି ।
ସୂଚନାଯୋଗ୍ୟ, କେମୋଥେରାପି ସମୟରେ ଗ୍ରୋଇଙ୍ଗ ସେଲ୍ସ ଦୁର୍ବଲ ହୋଇଥାଏ । ଯାହାର ପ୍ରଭାବ କେଶ ଉପରେ ପଡିଥାଏ । ନିମିଥାଙ୍କ ଶାଶୁ ମା’ଙ୍କ କେମୋଥେରାପି ଚାଲିଥିଲା । ସେହିସମୟରେ ଶାଶୁଙ୍କ ସାଥ୍ ଦେଇ ନିମିଥା ଏକ ଉଦାହରଣ ସୃଷ୍ଟି କରିଛନ୍ତି ।