ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ପୁରୁଣା ଗାଡି ଗୁଡିକ ପାଇଁ ମଧ୍ୟ ଫାସଟାଗ୍ ଜରୁରୀ । ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ପୁରୁଣା ଗାଡିରେ ବି ଫାସଟାଗ ଲଗାଇବା ଜରୁରୀ । ଟୋଲ ପ୍ଲାଜାରେ ଗାଡି ଗୁଡିକର ଲମ୍ବା ଲାଇନ ସମସ୍ୟାକୁ ଦୂର କରିବା ପାଇଁ ତିନି ବର୍ଷ ପୂର୍ବରୁ ସରକାର ସମସ୍ତ ନୂତନ ଚାରିଚକିଆ ଗାଡି ପାଇଁ ଫାସଟାଗ ଲଗାଇବା ବାଧ୍ୟତାମୂଳକ କରିଦେଇଥିଲେ । ଏହାପରେ ପରିବହନ ମନ୍ତ୍ରାଳୟ ପକ୍ଷର ଏହାକୁ ପ୍ରମୋଟ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ୨୦୧୭ ମସିହାରୁ ମ୍ୟାନୁଫ୍ୟାକଚର ଏବଂ ଡିଲରଙ୍କ ତରଫରୁ ଫାସଟାଗ୍ ଲଗାଇ ଗାଡି ଡେଲିଭରୀ କରାଯାଉଛି ।
ଏବେ ପୁରୁଣା ଗାଡି ପାଇଁ ବି ଫାସଟାଗ୍ ଜରୁରୀ କରି ଦିଆଯାଇଛି । ଏମ ଏବଂ ଏନ କ୍ୟାଟେଗୋରୀ ର ପୁରୁଣା ଗାଡି ଗୁଡିକ ପାଇଁ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଫାସଟାଗ୍ ଲଗାଇବା ଜରୁରୀ । ଯଦି କୌଣସି ଗାଡି ୧ ଡିସେମ୍ବର ୨୦୧୭ ପୂର୍ବରୁ ବିକ୍ରିି ହୋଇଛି ତେବେ ସେଥିପାଇଁ ବି ଫାସଟାଗ ଜରୁରୀ କରିଦିଆଯାଇଛି ଏବଂ ଏହା ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ପୁରା ହୋଇଯିବା ଉଚିତ ।
ସେହିପରୀ ନୂତନ ନିୟମ ଅନୁଯାୟୀ,ଥାର୍ଡ ପାର୍ଟି ଇଂସ୍ୟୁରାନ୍ସ ନେବା ପାଇଁ ଏଣିକି ଫାସଟାଗ୍ ଡିଟେଲ ଭରିବା ଜରୁରୀ କରିଦିଆଯାଇଛି । ଏହି ନିୟମ ୧ ଏପ୍ରିଲ ୨୦୨୧ ରୁ ଲାଗୁ ହୋଇପାରେ । ଟୋଲପ୍ଲାଜାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ଏହି ନିଷ୍ପତି ନିଆଯାଇଛି ।