ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉଡାଣ କରୁଥିବା ସମୟରେ ସୁଲ୍ଲୁର ବିମାନବନ୍ଦର ପାଖରେ ଭାରତୀୟ ବାୟୁସେନା ତେଜସ ବିମାନର ତେଲ ଟ୍ୟାଙ୍କ ଖସି ପଡିଛି । ସେପଟେ ବାୟୁସେନା ପକ୍ଷରୁ ଏହି ମାମଲାର ତଦନ୍ତ ପାଇଁ ଆଦେଶ ଦିଆ ଯିବା ସହିତ ଅଧିକ ସୂଚନା ପାଇଁ କୁହାଯାଇଛି ।
ସେହିପରି ଏହି ଘଟଣାରେ କାହାରି ବିଶେଷ କିଛି କ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ । ଘଟଣା ଘଟିବା ପରେ ବିମାନଟି ସୁରକ୍ଷିତ ଭାବେ ଲାଣ୍ଡିଂ କରିଛି । ତେବେ ଟ୍ୟାଙ୍କ ଟି କିଭଳି ତଳକୁ ଖସି ପଡିଲା ସେନେଇ ଏବେ ତଦନ୍ତ ଆରମ୍ଭ ହୋଇଯାଇଛି ।
ଖବରମୁତାବକ, ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ହେଉଛି ତେଜସ । ଏହା ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍ (ଏଚଏଏଲ) ଦ୍ୱାରା ନିର୍ମିତ । ବର୍ଷ ୨୦୦୩ ମସିହା ମେ ମାସ ୪ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ବିମାନର ଆଧିକାରିକ ନାମ ତେଜସ ରଖିଥିଲେ ।