ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୁଲାଇ ପହିଲାରୁ ସାଧାରଣ ଜନତାଙ୍କୁ ବଡ ଝଟକା ଲାଗିଛି । ଅଏଲ ମାର୍କେଟିଂ କମ୍ପାନୀ ପକ୍ଷରୁ ବିନା ସବସିଡି ଯୁକ୍ତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ର ଘୋଷଣା କରାଯାଇଛି । ଆଜିଠାରୁ ୧୪.୨ କିଲୋଗ୍ରାମ ର ଅଣ ସବସିଡି ଏଲପିଜି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧ ଟଙ୍କା ମହଙ୍ଗା ହୋଇଛି । ଏହାପରେ ନୂତନ ଦର ୫୯୪ ରେ ପହଁଚିଛି ।
ସେହିପରି ଅନ୍ୟ ସହର ଗୁଡିକରେ ବି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍ ଆଜିଠାରୁ ବୃଦ୍ଧି ହୋଇଛି । ସେହିଅନୁଯାୟୀ କୋଲକାତାରେ ୪ ଟଙ୍କା, ମୁମ୍ବାଇରେ ୩ ଟଙ୍କା ୫୦ ପଇସା ଏବଂ ଚେନ୍ନାଇରେ ୪ଟଙ୍କା ମହଙ୍ଗା ହୋଇଛି ।
କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ଦର ହ୍ରାସ ହୋଇଛି । ଏହାପୂର୍ବରୁ ଜୁନ୍ ମାସରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଅଣ-ସବସିଡି ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୧ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା । କିନ୍ତୁ ମେ ମାସରେ ୧୬୨ ଟଙ୍କା ୫୦ ପଇସା ଶସ୍ତା ହୋଇଥିଲା ।