ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଛନ୍ତି ଓଡିଆ ପୁଅ ଗିରିଶ ମୁର୍ମୁ । ଏହି କେନ୍ଦ୍ର ସାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ତାଙ୍କୁ ଜମ୍ମୁକାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ପଦ ଗୋପନୀୟତାର ଶପଥପାଠ କରାଇଛନ୍ତି । ଅନ୍ୟପଟେ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକ୍ରୀଷ୍ଣ ମାଥୁର ଶପଥ ପାଠ କରିଛନ୍ତି। ତାଙ୍କୁ ମଧ୍ୟ ଜମ୍ମୁକାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ପଦ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ଶ୍ରୀ ମୁର୍ମୁ ହେଉଛନ୍ତି ଗୁଜରାଟ କ୍ୟାଡର ୧୯୮୫ ମସିହା ବ୍ୟାଚ୍ ଅଇଏଏସ୍ ଅଧିକାରୀ । ସେ ଏହାପୂର୍ବରୁ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଥିଲେ । ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ମୁର୍ମୁଙ୍କର ଜନ୍ମସ୍ଥାନ ହେଉଛି ମୟୁରଭଞ୍ଜ ବେତନଟୀ । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ସୂଚନାଯୋଗ୍ୟ ଗତ ଅଗଷ୍ଟ ୫ ତରିଖରେ ୩୭୦ ପ୍ରତ୍ୟାହାର ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ପୃଥକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରାଯାଇଥିଲା ।