ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସହିତ ଯୁଦ୍ଧ କରୁଛି । ବିଶ୍ୱର ଅଧାରୁ ଅଧିକ ଦେଶ ଏବେ କରୋନା କବଳିତ । ବିଶେଷ କରି ୟୁରୋପୀୟ ଦେଶମାନେ ଅଧିକ ପ୍ରଭାବିତ ହେଉଛନ୍ତି ଏହି ମହାମାରୀରେ । ପ୍ରତ୍ୟକ ଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି । ତେବେ ଏହି ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବରିଷ୍ଠ ନାଗରିକ ବା ବୟସ୍କ ଲୋକ । ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ ରହିଛି । ଏହାର ମୁଖ୍ୟ କାରଣ ହେଲା ବୟସ୍କ ଲୋକଙ୍କର ରୋଗ ପ୍ରତିଶୋଧକ ଶକ୍ତି କମ ରହିଥାଏ । ଯାହାଫଳରେ ସହଜରେ କରୋନା କାୟା ବିସ୍ତାର କରିପାରେ ଏହିଭଳି ଲୋକଙ୍କ ଶରୀରରେ । ତେବେ ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସୂଚନାଅନୁସାରେ ଭାରତରେ ଏବେ ପାଖାପାଖି ୧୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ରହିଛନ୍ତି । ୬୦ ରୁ ୬୯ ବର୍ଷ ପର୍ଯ୍ୟନ୍ତ ୮ .୮ କୋଟି, ୭୦ ରୁ ୭୯ ବର୍ଷ ୬.୪ କୋଟି, ଏବଂ ୮୦ ରୁ ଅଧିକ ୨ .୮ କୋଟି ବରିଷ୍ଠ ନାଗରିକ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ବାର୍ଧ୍ୟକ୍ୟ ଜନିତ ରୋଗ ଭୋଗୁଥିବା ବେଳେ ଆଉକିଛି ବୟସ୍କ ବ୍ୟକ୍ତି ଡାଇବେଟିସ, ଶ୍ୱାସ, କ୍ୟାନସର, ବ୍ଲଡ ପ୍ରେସର, ହାର୍ଟ ଆଟାର୍କ ଭଳି ଗୁରୁତର ରୋଗରେ ପୀଡିତ ରହିଛି । ତେଣୁ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ଏବଂ ବରିଷ୍ଠ ନାଗରିକମାନେ କିଭଳି ଏହାକୁ ମାନି ଚଳିବେ ସେନେଇ ଜନଜାଗରଣ ସୃଷ୍ଟି କରିବାକୁ ବିଭିନ୍ନ ଏନଜିଓ ସଂସ୍ଥା ଓ ବରିଷ୍ଠ ନାଗରିକଙ୍କ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ନିବେଦନ କରାଯାଇଛି ।
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଗାଇଡ ଲାଇନ-
କ’ଣ କରିବେ ?
୧- ଓବୁବେଳେ ସବୁ ସମୟରେ ଘରେ ରହିବେ
୨- ଘରକୁ ଆସୁଥିବା ଅତିଥିଙ୍କ ଠାରୁ ନଜକୁ ଦୂରେଇ ରଖିବେ
୩- ନିଜକୁ ଯଥା ସମ୍ଭବ ଜନଗହଳି ଠାରୁ ଦୂରେଇ ରଖିବେ
୪- ଯଥା ସମ୍ଭବ ଫୋନରେ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ
୫- ଘରେ ହାଲକା ବ୍ୟାୟମ ଓ ଯୋଗ କରିବା ଉଚିତ
୬- ଖାଇବା ପୂର୍ବରୁ ଭଲଭାବେ ହାତ ଧୋଇବା, ୨୦ ସକେଣ୍ଡରୁ ୃଦିକ ସମୟ ହାତକୁ ସାବୁନ ବା ହ୍ୟାଣ୍ଡ ୱାସରେ ସଫା କରିବା
୭- ନିଜର ଦୈନଦିନ ଔଷଧକୁ ଚାଲୁ ରଖିବେ
୮- ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ସହିତ ନିୟମିତ ବ୍ୟବଧାନରେ ଯୋଗାଯୋଗ କରିବେ । ଡାକ୍ତଖାନା ଆସିବା ଅପେକ୍ଷା ଯଥା ସମ୍ଭବ ଫୋନରେ ଯୋଗାଯୋଗ କରିବା
୯- ନାକ ଓ ପାଟିକୁ ଯଥା ସମ୍ଭବ ଘୋଡାଇ ରଖିବା
୧୦- ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ସଫା ସୁତୁରା ରଖିବା
୧୧- ପରିବାର ଲୋକ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିବାକୁ ପଡିବ
୧୨- ସେହିଭଳି ମାନସିକ ରୋଗୀଙ୍କ କିଭଳି ସାମାଜିକ ଦୂରତା ବଜାୟ ରଖିବେ ତା ଉପରେ ଗୁରୁତ୍ୱ ଦେବା
କ’ଣ କରିବା ନାହିଁ –
୧- ଯେଉଁମାନଙ୍କ ଠାରେ ଥଣ୍ଡା ବା ପ୍ଲୁଭଳି ଲକ୍ଷଣ ଥିବ ତାଙ୍କ ପାଖକୁ ଯିବା ନାହିଁ
୨- ହାତ ଏବଂ କରମର୍ନ୍ଧନ କରିବା ନାହିଁ
୩- ଜନଗହଳି ସ୍ଥାନକୁ ଯିବା ନାହିଁ
୪- ବନ୍ଧୁ ବାନ୍ଧବ ବା ପଡୋଶୀଙ୍କୁ ଅନ୍ୟଥା ଡାକିବା ନାହିଁ ଆଦିକୁ ବାରଣ କରାଯାଇଛି ।