ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମୁକେଶର ଆବେଦନ ଉପରେ ଆଜି ଶୁଣାଣୀ ହେବ । ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ମୁକେଶ ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏନେଇ ହୋଇଥିବା ଯାଚିକାର ଆଜି ସୁପ୍ରିମକୋର୍ଟ ଶୁଣାଣୀ କରି ପାରନ୍ତି । ଏହି ମାମଲାର ଶୁଣାଣୀ ପାଇଁ ପ୍ରଧାନବିଚାରପତି ଏସଏ ବୋବେଡଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିବେ । ପୁର୍ବରୁ ଜାନୁଆରୀ ୨୨ରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ବେଳେ ମୁକେଶ ରାଜକ୍ଷମା ଆବେଦନ କରି ଏହାକୁ ଘୁଞ୍ଚାଇବାରେ ସଫଳ ହେଲା ।
ବର୍ତ୍ତମାନ ଫେବୃଆରୀ ୧ରେ ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଦିନ ସରି ସରି ଆସୁଥିବାରୁ ଦୋଷୀମାନେ ଅ୍ଧବନର ଗଳାବାଟକୁ ବ୍ୟବହାର କରି ଫାଶୀ ଘୁଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ମୁକେଶ ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜ କୁ ଭୁଲ ଦର୍ଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛି । ତେବେ ସୁପ୍ରିମକୋର୍ଟ ଏହି ଯାଚିକାର ତ୍ୱରିତ୍ୱ ଶୁଣାଣି କରିବେ ବୋଲି କହିଛନ୍ତି । ସେପଟେ ଏପର୍ୟ୍ୟନ୍ତ ୪ଦୋଷୀଙ୍କର ଡେଥ ୱାରେଣ୍ଟ ଜାରି ରହିଛି ।