ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ଚାରିଆଡେ ଏବେ କରୋନାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଏବେ ଉତ୍ତର ପ୍ରଦେଶରେ ଦାଉ ସାଧିଲା ବଜ୍ରପାତ । ଉତ୍ତର ପ୍ରଦେଶରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବା ଫଳରେ ୨୮ ଜଣଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ହେବା ସହିତ ବଜ୍ରପାତ ଦେଖା ହୋଇଛି । ହୋଇଥିବା ଏହି ବଜ୍ରପାତରେ ସର୍ବମୋଟ ୧୩ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୨୮ ଜଣଙ୍କର ପ୍ରାଣହାନି ଘଟିଛି ।
ୟୁପିର ଲକ୍ଷ୍ମୀପୁର ଓ ସୀତାପୁର ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାରବାଙ୍କି ଓ ଜୈନପୁରରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ଏହିଭଳି ଏକ ଦୁଖଦ ସମୟରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ କରୋନା ଭାଇରସ ମଧ୍ୟ ଏବେ ଦେଶରେ ଧିରେ ଧିରେ ତାର କାୟା ବିସ୍ତାର କରିବା ଆରମ୍ଭ କରି ସାରିଲାଣି । କରୋନାରେ ଏଯାବତ ଦେଶରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି ।