ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଦିଲ୍ଲୀ ବିଧାନସଭାର ଆସନ ପାଇଁ ହୋଇଥିବା ମତଦାନର ଗଣନା ଚାଲିଥିବା ଭିତରେ ଏହା ଏକ ପ୍ରକାରର ନିଶ୍ଚିତା ହୋଇଗଲାଣି କି ଦିଲ୍ଲୀରେ ଆମ ଆଦମୀ ପାର୍ଟି ପୁନଃବାର ଶାସନ କରିବାକୁ ଯାଉଛି ।
କେଜ୍ରିୱାଲ ସରକାର ନିଜର ତୃତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଦିଲ୍ଲୀବାସୀ ପୁଣି ଥରେ କେଜରିୱାଲଙ୍କୁ ନିଜର ମୁଖ୍ୟ ଭାବେ ବାଛି ନେଇଥିବା ସ୍ପଷ୍ଟ ହୋଇଛି । ଆପ ଦଳ ଅପରାହ୍ନ ସୁଦ୍ଧା ସର୍ବାଧିକ ୬୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୮ଟି ଆସନ ବର୍ତ୍ତମାନ ସୁଦ୍ଧା ହାତେଇ ପାରିଛି । ଅନ୍ୟପଟେ କଂଗ୍ରେସ ନିଜର ଖାତା ଖୋଲି ପାରି ନାହିଁ ।
କେଜିରିୱାଲ ତାଙ୍କ ଦଳ ସହ ବିଜୟର ଉତ୍ସବ ପାଳନ କରୁଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ନିରାଶା ଖେଳିଯାଇଛି । ତେବେ ଏହିଭଳି ସମୟରେ ବିଜେପିର ଏକ ପୋଷ୍ଟର ସାମ୍ନାକୁ ଆସିଛି ।
ଏହି ପୋଷ୍ଟରଟିରେ ଯାହା ଲେଖା ହୋଇଛି ତାହା ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରୁଛି । ଏହି ପୋଷ୍ଟରରେ ଲେଖାଯାଇଛି ଯେ, ଆମେ ବିଜୟୀ ହେଲେ ଅହଂକାର କରୁନା କି ପରାଜୟ ହେଲେ ନିରାଶ ହେଉନା । ତେବେ ଏହି ପୋଷ୍ଟରରେ ଏହି ଲେଖା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫୋଟ ଥିବା ପରିଲକ୍ଷିତ ହେଉଛି । ଅନ୍ୟପଟେ ଦେଶର ସର୍ବ ପୁରାତନ ଦଳ ଭାବେ ପରିଚିତ କଂଗ୍ରେସ ଗୋଟିଏ ବି ଆସନ ହାତେଇ ପାରିନଥିବାରୁ ଦଳ ପାଇଁ ଲଜ୍ଜାର ସ୍ଥିତି ଉପୁଜିଛି ।