ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ମାଓ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହି ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣା ପଡିଛି ଗତ ୯ ବର୍ଷ ମଧ୍ୟରେ ମାଓ ହିଂସାରେ ୩ ହଜାର ୭୪୯ ଜୀବନ ଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ମାଓବାଦୀ ମାନେ ଅନ୍ତରାଜ୍ୟ ସୀମାରେ ବଡ ଧରଣର ଅଘଟଣ ପାଇଁ ଏକ ଜୁଟ ହେଉଥିଲେ ମଧ୍ୟ ଏହା ସଫଳ ହୋଇ ପାରୁନାହିଁ ।
୨୦୧୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ୧୦,୬୬୦ ଅଘଟଣ ଘଟାଇଥିବା ବେଳେ ସେଥିରେ ୩ ହଜାର ୭୪୯ ଜଣଙ୍କର ଜୀବନ ଯାଇଛି । ରିପୋର୍ଟ ଅନୁସାରେ ଛତିଶଗଡରେ ଏହି ନବର୍ଷ ମଧ୍ୟରେ ୩୭୬୯ ଟି ଅଘଟଣ ହୋଇଥିବା ବେଳେ ୧୩୭୦ ଜଣଙ୍କର ଜୀବନ ଯାଇଛି । ସେହିଭଳି ଝାଡଖଣ୍ଡରେ ୩,୩୫୮ ଘଟଣା ଘଟିଥିବା ବେଳେ ୯୯୭ ଜଣଙ୍କର ଜୀବନ ଯାଇଛି ।
ବିହାରରେ ୧୫୨୬ ଟି ଅଘଟଣ ହୋଇଥିବା ବେଳେ ୩୮୭ ଜଣଙ୍କର ଜୀବନ ଯାଇଛି । ସେହିଭଳି ଯଦି ଦେଶରେ ୧୦ ଟି ମାଓ ପ୍ରବଣ ରାଜ୍ୟ ଦେଖିବା ସେ ଭିତରେ ରହିଛି ଛତିଶଗଡ, ଝାଡଖଣ୍ଡ, ବିହାର, ଓଡିଶା , ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ରହିଛି ।