ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ୍ ପ୍ରତ୍ୟେକ ମଣିଷ ଜୀବନର ଏକ ଅଂଶ । ଏହି ସ୍ମାର୍ଟଫୋନ୍ କୁ ଆପଣ ଦିନକ ମଧ୍ୟରେ ବାରମ୍ବାର ସ୍ପର୍ଶ କରୁଥିବେ ବା ଧରୁଥିବେ । ଯାହାଦ୍ୱାରା ଭାଇରସ ସ୍ମାର୍ଟଫୋନ୍ ରେ ରହିଯାଏ । ସେହିପରି ବର୍ତ୍ତମାନର କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଇତିମଧ୍ୟରେ ସ୍ମାର୍ଟଫୋନରେ ଭାଇରସ ରହିଯାଉଥିବାର ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠୁଛୁ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏକ ରିପୋର୍ଟ ବିଷୟରେ କହିବାକୁ ଯାଉଛୁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ର ଏକ ରିସର୍ଚ୍ଚ ମୁତାବକ, ବର୍ଷ ୨୦୦୩ ରେ ବ୍ୟାପିଥିବା ଓରିଜିନାଲ SARS-COV ଗ୍ଲାସ ମାନେ କାଚ ଉପରେ ୯୬ ଘଣ୍ଟା ମାନେ ୪ ଦିନ ଯାଏଁ ରହୁଥିଲା । ସେହିପରି ପ୍ଲାଷ୍ଟିକ ଏବଂ ଷ୍ଟେନଲେସ୍ ଷ୍ଟିଲ ଉପରେ ପାଖାପାଖି ୩ ଦିନ ଯାଏଁ ରହୁଥିଲା ।
ଏବେ ୟୁନାଇଟେଡ ଷ୍ଟେଟର ନେସନାଲ ଇଂଷ୍ଟ୍ୟୁଚୁଟ ଅଫ୍ ହେଲ୍ଥ ତାର ରିସର୍ଚ୍ଚରେ କହିଛି କି ବର୍ତ୍ତମାନର କରୋନା ଭାଇରସ୍ ଷ୍ଟିଲ ଏବଂ ଫ୍ଲାଷ୍ଟିକ ଉପରେ ୭୨ ଘଣ୍ଟା ମାନେ ୩ ଦିନ ଯାଏଁ ଜୀବିତ ରହିପାରିବ । ଏଥିରୁ ଆହରି ମଧ୍ୟ ଜାଣିବାକୁ ମିଳିଛି କି ଏହି କରୋନା ଭାଇରସ କାର୍ଡବୋର୍ଡ ଉପରେ ୨୪ ଘଣ୍ଟା ଏବଂ କପର ଉପରେ ୪ ଘଣ୍ଟା ରହି ପାରିବ ।
ଏହି ଷ୍ଟଡିରେ ଗ୍ଲାସ ଉପରେ ଜୀବାଣୁ ରହିବାକୁ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅନ୍ୟ ଷ୍ଟଡିରୁ ସଂକେତ ମିଳୁଛି କି ଗ୍ଲାସ ଉପରେ ୪ ଦିନ ଯାଏଁ ଜୀବାଣୁ ରହିପାରିବେ । ସେଥିପାଇଁ ଜରୁରୀ ହେଉଛି ଆପଣ ଆପଣଙ୍କ ଫୋନକୁ ଲିକ୍ୟୁଡରେ ସର୍ବଦା ସଫା କରନ୍ତୁ । ଯାହାଫଳରେ ଫୋନ୍ ରେ କରୋନା ଭାଇରସର ବିପଦ ରହିବ ନାହିଁ ।