ଭୁବନେଶ୍ୱର(ଏଟିଆର ବ୍ୟୁରୋ):- ଆଜି ପୁଣି ବୃଦ୍ଧି ପାଇଲା ଡିଜେଲ ଦର । ମାତ୍ର ଆଜି ପେଟ୍ରୋଲ ଦାମ୍ ସ୍ଥିର ରହିଛି । ଗତମାସ ଜୁନ୍ ୭ ତାରିଖ ଠାରୁ ଲଗାତାର ଡିଜେଲ୍ ଦାମ ୨୯ ତାରିଖ ଯାଏ ବୃଦ୍ଧି ପାଇଥିଲା । ଭାରତୀୟ ତୈଳ ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡିଜେଲ୍ ଦର ୨୩ ରୁ ୨୫ ପଇସା ବୃଦ୍ଧି କରାଯାଇଛି । ଫଳରେ ଡିଜେଲ୍ ଦର ୭୮ ଟଙ୍କା ୯୨ ପଇସା ହୋଇଥିବା ବେଳେ ପେଟ୍ରୋଲ୍ ଦର ୮୧ ଟଙ୍କା ୧ ପଇସାରେ ସ୍ଥିର ରହିଛି ।
କରୋନା ମହାମାରୀ ପାଇଁ ତୈଳ କଂପାନୀ ପ୍ରାୟ ୮୩ ଦିନ ଧରି ପେଟ୍ରୋଲ୍ ଓ ଡିଜେଲ୍ ଦର ବଢାଇ ନଥିଲେ କିନ୍ତୁ ଜୁନ୍ ୭ ତାରିଖରୁ ପ୍ରତିଦିନ ତୈଳ ଦର ବୃଦ୍ଧି ହବାର ଲାଗିଛି । ଜୁନ୍ ୬ ତାରିଖରେ ପେଟ୍ରୋଲ୍ ଦର ୭୧ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ରହିଥିଲା । କିନ୍ତୁ ଏଯାବତ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୨୯ ପଇସା ବୃଦ୍ଧି ନ ହୋଇ ସ୍ଥଗିତ ଥିବା ବେଳେ ଡିଜେଲ ଦର ୧୧ ଟଙ୍କା ୧୯ ମହଙ୍ଗା ହେଲାଣି ।