ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ); ପାକିସ୍ତାନ ବାୟୁସୀମା ଉପର ଦେଇ ବିସ୍କେକ ଯିବେ ଭାରତର ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଅନୁମତି ଦେଲା ପାକିସ୍ତାନ ସରକାର । ଆସନ୍ତା ୧୩ ତାରିଖରେ କିଂଗ୍ରୀସ୍ତାନ ବିସ୍କେକରେ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ମୋଦି ଏହି ବୈଠକରେ ଯୋଗ ଦେବାକୁ ହେଲେ ପାକିସ୍ତାନ ବାୟୁସୀମା ଦେଇ ଯିବାକୁ ପଡିବ । ଭାରତ ପକ୍ଷରୁ ପାକିସ୍ତାନକୁ ନିଜ ବାୟୁସୀମା ଉପରେ ଉଡିବା ପାଇଁ ଅନୁମତି ମଗା ଯାଇଥିଲା ।
ଏନେଇ ପାକିସ୍ତାନ ବାୟୁସୀମା ଆକାଶରେ ଉଡିବାକୁ ମୋଦିଙ୍କୁ ପାକିସ୍ତାନ ସରକାର ସବୁଜ ସଂଙ୍କେତ ଦେଇଛନ୍ତି । କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଧ୍ୟ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣର ପ୍ରତିଶୋଧରେ ଭାରତୀୟ ସେନା ପକ୍ଷରୁ ବାଲାକୋଟ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ଫେବୃଆରୀ ୨୬ ତାରିଖ ଠାରୁ ପାକିସ୍ତାନ ନିଜ ବାୟୁସୀମାକୁ ବନ୍ଦ ରଖିଥିଲା ।
କେବଳ ଦକ୍ଷିଣ ପାକିସ୍ତାନକୁ ବାଦ ଦେଲେ ପାକିସ୍ତାନ ଅନ୍ୟ ଆକାଶମାର୍ଗ ବନ୍ଦ ରଖିଥିଲ । ଏହି ଅବସରରେ ମୋଦି କିଂଗ୍ରିସ୍ତାନରେ ହେବାକୁ ଥିବା ଏସଏସସିଓ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବାୟୁୁସୀମା ଉପର ଦେଇ ମୋଦିଙ୍କ ପ୍ଲେନ କିଂଗ୍ରୀସ୍ତାନ ଯିବା ପାଇଁ ଭାରତ ଅନୁମତି ମାଗିଥିଲା ।