ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ଚୟନ କରାଯାଇଛି । ଅଷ୍ଟମ ଥର ପାଇଁ ଭାରତ ୟୁଏନଏସସି ର ଅସ୍ଥାୟୀ ସଦସ୍ୟ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସୀ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ସଂଯୁକ୍ତ ରାଷ୍ଟ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ପାଇଁ ବୈଷୟିକ ସମୁଦାୟ ଦ୍ୱାରା କରାଯାଇଥିବା ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି । ବୈଷୟିକ ଶାନ୍ତି, ସୁରକ୍ଷା, ଏକତା ବୃଦ୍ଧି ପାଇଁ ସମସ୍ତ ସଦସ୍ୟ ଦେଶ ସହିତ କାମ କରିବ ଭାରତ ।
ସେହିପରି ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି କହିଛନ୍ତି କି, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଚିର୍ବାଚନରେ ଭାରତକୁ ବହୁତ ମାତ୍ରାରେ ସମର୍ଥନ ମିଳିଛି ଏବଂ ଦେଶ ବହୁପକ୍ଷୀୟ ପ୍ରଣାଳୀକୁ ଆହୁରୀ ଭଲ କରିବା ପାଇଁ ନେତୃତ୍ୱ କରିବ ଏବଂ ନୂତନ ମାର୍ଗ ପ୍ରଶସ୍ତ କରିବ ।
ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ତିରୂମୂତ୍ତି ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି, ଯେଉଁଥିରେ କହିଛନ୍ତି ବହୁତ ଖୁସୀ ଲାଗୁଛି କାରଣ ଭାରତ ୨୦୨୦-୨୧ ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଚୟନ କରାଯାଇଛି । ସେଥିପାଇଁ ଅନେକ ସମର୍ଥନ ମଳିଛି । ଏହି ନିର୍ବାଚନରେ ମୋଟ ୧୯୨ ରୁ ୧୮୪ ଟି ଭୋଟ ଭାରତକୁ ମିଳିଛି ।