ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୟୁଏନଡିପି ର ମଲ୍ଟିଡାଇମେସନାଲ ( ସଂଯୁ୍କ୍ତ ରାଷ୍ଟ୍ରକୁ ନେଇ ) ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ପ୍ରକାଶ ପାଇଛି ଗରିବ ହଟାଇବାରେ ଭାରତ ସବୁଠାରୁ ଆଗରେ ରହିଛି । ସଂଯୁକ୍ତ ରାଷ୍ଟର୍ର ୧୦୧ ଟି ଦେଶରେ ରହିଥିବା ଗରିବି ସମସ୍ୟାକୁ ନେଇ ଏହି ରିପୋର୍ଟ ଜାରିି ହୋଇଥିବା ସୂଚନା ମଳିଛି । ଏହି ରିପୋର୍ଟରେ କୁହାଯାଇଛି ୧୦ ଟି ବିକାଶଶୀଳ ରାଷ୍ଟ୍ର ମାନଙ୍କ ମଧ୍ୟରେ ଭାରତ ଗରିବି ହଟାଇବାରେ ସବୁଠାରୁ ଆଗରେ ରହିଛି । ରିପୋର୍ଟର ତଥ୍ୟ ଅନୁସାରେ ମସିହା ୨୦୦୬ ରୁ ୨୦୧୬ ମଧ୍ୟରେ ଦେଶର ୨୭.୧ କୋଟି ଲୋକଙ୍କ ଗରିବି ହଟିଛି ।
ଗରିବ ସଂଖ୍ୟା ୬୪ କୋଟିରୁ ଏହି ୧୦ ବର୍ଷ ଭିତରେ ୩୬.୯ କୋଟିରେ ପହଞ୍ଚିଛି । ଯାହା ୫୫.୦୧ ପ୍ରତଶତରୁ କମି ୨୭.୯ ପ୍ରତିଶତ ହୋଇଛି । ଏହି ରିପୋର୍ଟ ଭାରତ ବ୍ୟତୀତ ବାଂଲାଦେଶ,କମ୍ଭୋଡିଆ, କାଂଗୋ,ନାଇଜେରିଆ, ପାକ ଭଳି ପ୍ରମୁଖ ଦେଶ ମାନଙ୍କୁ ନେଇ ହୋଇଛି । ସେହିଭଳି ପୁରା ଦୁନିଆରେ ୧୩୦ କୋଟି ଗେରିବଙ୍କ ମଧ୍ୟରୁ ୫୦ ପ୍ରତିଶତ ୧୮ ବର୍ଷରୁ କମ ବୟସର ପିଲାମାନେ ରହିଛନ୍ତି ।
ଦକ୍ଷିଣ ଏସିଆରେ ୩.୬ କୋଟି ଲୋକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ପାଠ ପଢି ନାହାନ୍ତି । ସେହିଭଳି ଦେଶରେ ସବୁଠାରୁ ଅଧିକ ଗରିବ ରହିଛନ୍ତି ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ । ଏହି ୪ ରାଜ୍ୟରେ ୧୯.୬ କୋଟି ଗରିବ ଲୋକ ରହିଛନ୍ତି । କେବଳ ମଧ୍ୟପ୍ରଦେଶର ଅଲ୍ଲୀରାଜ ପୁରରେ ୭୬.୫ ପ୍ରତିଶତ ଗରିବ ଲୋକ ରହିଛନ୍ତି ।