ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମେ ପିଆଜ ପରେ ଆଳୁ ଆଉ ଏବେ ତେଲ ଦର ସବୁ ଯେମିତି ବୋଝ ଉପରେ ନଳିତା ବିଡା ସମ୍ମାନ ପାଲଟିଲାଣି ଖାଉଟିଙ୍କ ନିମନ୍ତେ । ସାଧାରଣ ଖାଉଟି ପିଆଜ ଦର ବୃଦ୍ଧି ହେବା ଦିନ ଠାରୁ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏବେ ପୁଣି ତେଲ ଦର ବୃଦ୍ଧି ଯେମିତି ଚିନ୍ତାରେ ପକାଇଛି ଗରୀବ ଓ ମଧ୍ୟମ ଶ୍ରେଣୀର ଖାଉଟିକୁ । ସୂଚନାନୁଯାୟୀ, ଦେଶରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାରର ଖାଦ୍ୟ ତେଲରୁ ପାମ ଅଏଲ ସର୍ବାଧିକ ବ୍ୟବହାର ହୋଇଥାଏ ।
ପାମ ଅଏଲ ସର୍ବାଧିକ ୫୦ ପ୍ରତିଶତ ବ୍ୟବହାର ହେଉଥିବା ବେଳେ ଭାରତରେ ଏହାର ଉତ୍ପାଦନ ମାତ୍ର ୨ପ୍ରତିଶତ ହୋଇଥାଏ । ତେବେ ବାକି ସବୁ ତେଲ ବିଦେଶରୁ ଆମଦାନୀ କରାଯାଇଥାଏ । ମୁଖ୍ୟତଃ ମାଲେସିଆ ଓ ଇଣ୍ଡୋନେସିଆରୁ ଭାରତକୁ ୯୮ ପ୍ରତିଶତ ତେଲ ଆମଦାନୀ କରାଯାଇଥାଏ । ଅନ୍ୟପଟେ ଭାରତରେ ଶତପ୍ରତିଶତ ସୋରିଷ ତେଲ ଉତ୍ପାଦନ ହୋଇଥାଏ । ତେବେ ଭାରତରେ ୧୫ ପ୍ରତିଶତ ରିଫାଇ ସନଫ୍ଲାୱାର ତେଲ ବ୍ୟବହାର ହୋଇଥାଏ । ମାତ୍ର ଦେଶରେ ରିଫାଇ ସନଫ୍ଲାୱାର ତେଲ ୨୦ ପ୍ରତିଶତ ଉତ୍ପାଦନ ହେଉଥିବା ବେଳେ ୮୦ ପ୍ରତିଶତ ୟୁକ୍ରେନ ଓ ଋଷିଆରୁ ଆମଦାନୀ ହୋଇଥାଏ ।
ସେହିପରି ସୋୟାବିନ ତେଲ ୧୦ ପ୍ରତିଶତ ଦେଶରେ ବ୍ୟବହାର ହେଉଥିବା ବେଳେ ୬୫ ପ୍ରତିଶତ ତେଲ ବ୍ରାଜିଲ ଓ ଆର୍ଜେଣ୍ଟିନାରୁ ଆମଦାନୀ କରାଯାଇଥାଏ । ଏକ ସପ୍ତାହ ମଧ୍ୟରେ ଖାଇବା ତେଲ ଦଳ ବଢିଯାଇଛି । ତେବେ ସୋରିଷ ତେଲ ଓ ପାମ ଅଏଲ ତେଲ ଦର ବଢିଛି । ସେହିପରି ରିଫାଇଣ୍ଡ ତେଲ ଲିଟର ବୃଦ୍ଧି ପାଇଛି । ଅନ୍ୟପଟେ ସରକାର ଯଦି ଖାଇବା ତେଲ ଆମଦାନୀ ଉପରେ ୧୫ରୁ ୨୦ ପ୍ରତିଶତ ହ୍ରାସ କରିପାରନ୍ତେ ତେବେ କିଛି ମାତ୍ରାରେ ଆଶ୍ୱସ୍ତି ମିଳନ୍ତା ବୋଲି ଅଖିଳ ଭାରତୀୟ ଖାଇବା ତେଲ ବ୍ୟବସାୟୀ ମହାସଂଘର ସଭାପତି ଶଙ୍କର ଠକ୍କର କହିଛନ୍ତି ।