ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆକାଶରେ ଭାରତର ଆଖି କୁହାଯାଉଥିବା କାର୍ଟୋସ୍ୟାଟ ସିରିଜ୍ ର ଉପଗ୍ରହ କାର୍ଟୋସ୍ୟାଟ-୩ କୁ ସଫଳତା ପୂର୍ବକ ତାର କକ୍ଷରେ ସ୍ଥାପିତ କରାଯାଇଛି । ଏହାସହିତ ଆମେରିକାର ୧୩ଟି ଛୋଟ ଉପଗ୍ରହକୁ ବି ଆନ୍ତରୀକ୍ଷରେ ସଫଳତା ପୂର୍ବକ ତାର କକ୍ଷକ ପଠା ଯାଇଛି ।
କାର୍ଟୋସ୍ୟାଟ ୩ ର ସଫଳ ପ୍ରକ୍ଷେପଣ ପରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଟ୍ୱିଟ୍ କରି କହିଛନ୍ତି କି , ଇସ୍ରୋ ଟିମ୍ କୁ ପିଏସଏଲବି-ସି ୪୭ ସ୍ୱଦେଶୀ କାର୍ଟୋସ୍ୟାଟ-୩ ଉପଗ୍ରହ ଏବଂ ସଂଯୁକ୍ତ ରାଜ୍ୟ ଆମେରିକାର ଏକ ଡର୍ଜନରୁ ଅଧିକ ନାନୋ ଉପଗ୍ରହ ସଫଳତା ପୂର୍ବକ ପ୍ରକ୍ଷେପଣ ପାଇଁ ଶୁଭେଚ୍ଛା ଜଣାଉଛି । କାର୍ଟୋସ୍ୟାଟ-୩ ଆମ ହାଇ ରିଜୋଲୁଶନ ଇମୋଜିନ୍ କ୍ଷମତାକୁ ବଢାଇବ । ପୁଣି ଥରେ ଇସ୍ରୋ ଆମ ଦେଶକୁ ଗୌରବାନ୍ୱିତ କରିଛି ।
ବୁଧବାର ଦିନ ସକାଳୁ ଶ୍ରୀହରିକୋଟାରୁ ସଫଳତା ପୂର୍ବକ କାର୍ଟୋସ୍ୟାଟ୍ ୩ କୁ ପ୍ରକ୍ଷେପିତ କରାଯାଇଛି । ଏହା ଶତୃଙ୍କର ପ୍ରତ୍ୟେକ ଗତି ବିଧି ଉପରେ ନଜର ରଖିବ ।
ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି,ନିକଟରେ ନିର୍ମାଣ ହୋଇଥିବା ବ୍ୟବସାୟିକ ଶାଖା ନ୍ୟୁ ଇଣ୍ଡିଆ ଲିମିଟେଡ୍ ପ୍ରଥମେ ୧୩ ଆମେରିକୀୟ ନ୍ୟାନୋସାଟେଲାଇଟ ପ୍ରକ୍ଷେପିତ କରିବା ପାଇଁ ଡିଲ କରିଥିଲା । ପାଖାପାଖି ୧୬୨୫ କିଲୋଗ୍ରାମ ଓଜନର କାର୍ଟୋସ୍ୟାଟ-୩କୁ ୫୦୯ କିଲୋମିଟର ଦୂରତା ବିଶିଷ୍ଟ କକ୍ଷରେ ସ୍ଥାପିତ କରାଯିବ । ଏହା ପାଞ୍ଚ ବର୍ଷ ଯାଏଁ କାର୍ଯ୍ୟକାରୀ କରିବ ।