ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧାରା ୩୭୦ ହଟିବା ପରେ ସୃଷ୍ଟି ହୋଇଥିବା କାଶ୍ମୀର ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ସେହିପରି ଶ୍ରୀନଗରରେ ଆଜିଠାରୁ ୧୯୦ ଟି ପ୍ରାଇମେରୀ ସ୍କୁଲ ଖୋଲୁଛି ।
ସେପଟେ ସରକାରଙ୍କ ପ୍ରବକ୍ତା ତଥା ପ୍ରମୁଖ ସଚିବ ରୋହିତ କଂସଲ ସମ୍ବାଦିକଙ୍କୁ ସାକ୍ଷାତ କରି କହିଛନ୍ତି କି, ୫୦ ପୋଲିସ ଷ୍ଟେସନରେ କୋହଳ କରାଯାଇଛି । ଏହି କୋହଳ ଅବଧିକୁ ଛଅ ଘଣ୍ଟାରୁ ବଢାଇ ଆଠ ଘଣ୍ଟା କରି ଦିଆଯାଇଛି ।
ସବୁଠାରୁ ବଡ କଥା ହେଉଛି ଜାମ୍ମୁ ଅଧିନରେ ଥିବା ପାଞ୍ଚଟି ଜିଲ୍ଲା ଯେପରି ଜାମ୍ମୁ, ସାମ୍ବା, କଠୁଆ, ଉଧମପୁର ଏବଂ ରିୟାସିରେ ମୋବାଇଲ ଇଂଟରନେଟ ସେବା ବନ୍ଦ କରାଯାଇଛି । ଏନେଇ ଆଇଜି ମୁକେଶ ସିଂ କହିଛନ୍ତି କି , କିଛି ଯାନ୍ତ୍ରିକ ତୃଟି ଯୋଗୁ ଅସ୍ଥାୟୀ ରୂପେ ୨ଜି ସେବା ବନ୍ଦ ହୋଇଯାଇଛି । ଖୁବ୍ ଶୀଘ୍ର ଏହି ସେବା ଲାଗୁ କରାଯିବ ।
ଇତି ମଧ୍ୟରେ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଘାଟିରେ କଟକଣାକୁ କୋହଳ କରାଯାଇଛି । ହୁଏତ ପୂର୍ବରୁ ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଥିଲା କି ଶନିବାର ସହରର କିଛି ସ୍ଥାନରେ ହିଂସାତ୍ମକୁ ଘଟଣା ଉପୁଜିବା ପରେ ରବିବାର ଦିନ ସହରର କିଛି ସ୍ଥାନରେ କଟକଣା କଡାକଡି କରିଦିଆଯାଇଥିଲା ।