ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ୮ ତାରିଖ ଦିନ ଶ୍ରମିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୦ଟି ଶ୍ରମିକ ସଂଗଠନ ଏନଡିଏ ସରକାରଙ୍କର ଦମନକାରୀ ନୀତିର ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ବିଭିନ୍ନ କୃଷିକ ସଗଠନ ଏହାକୁ ସମର୍ଥନ କରିଛନ୍ତି । ବିଭିନ୍ନ ଅସଂଗଠିତ , ବ୍ୟାଙ୍କ ଏବଂ ବିମା କ୍ଷେତ୍ର କର୍ମଚାରୀ, ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ନିଜର ସମର୍ଥନ ଜଣାଇଥିବା କଥା ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ କହିଛନ୍ତି । ଆନ୍ଦୋଳନଟି ଦେଶରେ ଚାଲିଥିବା ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ବିରୋଧରେ ହେଉଥିବା ଏହି ବନ୍ଦ ପାଳନ କରାଯିବ ।
ଓହିଶାରେ ମଧ୍ୟ ୮ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ୧୨ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ୧୨ଦଫା ଦାବି ନେଇ ଧର୍ମଘଟର ଡାକରା ଦେଇଛନ୍ତି । ବେକାରୀ, ବେରୋଜଗରୀ , ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ତେବେ ଓଡିଶା ପ୍ରଦୋ କଂଗ୍ରେସ ମୁଖ୍ୟ ନିରଞ୍ଜନ ପୂଜାରୀ ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଜଣାଥବବା କଥା କହିଛନ୍ତି ।