ରାଞ୍ଚି ( ଏଟିଆର ବ୍ୟୁରୋ): ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ଆରେଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ଝାଡଖଣ୍ଡ ଉଚ୍ଚ ନ୍ୟାୟଳୟ ଖାରଜ କରି ଦେଇଛନ୍ତି । ସେ ନିଜର ବୟସ ଯୋଗୁ ଅସୁସ୍ଥତା ଦର୍ଶାଇ ଏହି ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି । ସୂଚନାଯୋଗ୍ୟ ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୋଖାଦ୍ୟ ଘୋଟାଲା ହୋଇଥିଲା । ଜାଲିଆତି କରି ଟ୍ରେଜେରିରୁ ସାଢେ ତିନି କୋଟି ଟଙ୍କା ଉଠାଇଥିଲେ ।
ଯେଉଁଥିରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଜେଲ ଦଣ୍ଡ ଭୋଗୁଛନ୍ତି । ସିବିଆଇର ସ୍ୱତନ୍ତ୍ର ଅଦାଲତ ଲାଲୁଙ୍କୁ ୬ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଲାଲୁଙ୍କ ଓକିଲ ଆବେଦନରେ ଦର୍ଶାଇଛନ୍ତି ଯେ ଲାଲୁ କାରାଦଣ୍ଡର ଅଧା ସମୟ ଜେଲରେ କଟାଇ ସାରିଲେଣି । ଏବେ ବୟସାଧିକ ଯୋଗୁ ତାଙ୍କର ସ୍ୱାସ୍ଥ୍ୟଞଗତ ସମସ୍ୟା ଦେଖା ଦେଉଛି । ତେଣୁ ତାଙ୍କୁ ଜାମିନ ଦିଆଯାଉ ।