ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଚାଷୀଙ୍କ ପାଇଁ ଅମିତାଭଙ୍କ ଦରଦ । ଚାଷୀଙ୍କ ଋଣ ପରିଶୋଧ କରିବେ ବଲିଉଡର ପ୍ରତିଷ୍ଟିତ ଅଭିନେତା ଅମିତାଭ ବଚନ । ଏଭଳି ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସେ ମନସ୍ତ କରିଥିବା ଜଣାପଡିଛି । ଉତ୍ତରପ୍ରଦେଶର ପାଖାପାଖି ୮୫୦ ଜଣ ଚାଷୀଙ୍କ ଋଣ ପରିଶୋଧ କରିବାକୁ ଅମିତାଭ ସ୍ଥିର କରିଥିବା ଜଣାପଡିଛି । ଏଥିପାଇଁ ଅମିତାଭଙ୍କୁ ସାଡେ ୫ କୋଟି ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି ।
ଖାଲି ସେତିକି ନୁହେଁ ପୂର୍ବରୁ ମହାରାଷ୍ଟ୍ରର ୩୫୦ ଜଣ ଚାଷୀଙ୍କ ଋଣ ପରିଶୋଧ ପାଇଁ ଅମିତାଭ ସାହାର୍ଯ୍ୟର ହାତ ବଢାଇଥିଲେ । ମହାରାଷ୍ଟ୍ରରେ ପାଖାପାଖି ୩୫୦ ଜଣ କୃଷକ ନିଜ ଋଣ ପରିଶୋଧ କାରିନପାରିବାରୁ ସେମାନେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିବାର ଅମିତାଭ ନିଜ ବ୍ଲଗରେ ଲେଖିଥିଲେ । ତେବେ ସେମାନଙ୍କୁ ଅତ୍ମହତ୍ୟାରୁ ରୋକିବାଲାଗି ନିଜେ ଅମିତାଭ ଋଣ ସୁଝିଥିବା କହିଛନ୍ତି ।
ତେବେ କେବିସିର କର୍ମବୀର ଏପିସୋଡର ପ୍ରତିଯୋଗୀ ଅମିତ ସିଂହଙ୍କର ବି ସହାୟତା କରାଯାଇଥିବା ଅମିତାଭ ଲେଖିଛନ୍ତି । ଏହାସହ ସେ ୪୪ ଜଣ ପରିବାରକୁ ସାହାର୍ଯ୍ୟ କରିଛନ୍ତି ଯେଉଁମାନଙ୍କ ପରିବାରରୁ ଜଣେ ସହିଦ ହୋଇସାରିଛନ୍ତି । ଅମିତାଭଙ୍କ ଏପରି ସ୍ୱାଭାବ କୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଆସିଛି ।