ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ କୁ ନେଇ ବର୍ତ୍ତମାନ ବଡ ଖବର ସାମ୍ନାକୁ ଆସିଛି । ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରି ମେ’ ମାସ ୧୭ ତାରିଖ ଯାଏଁ କରାଯାଇଛି । ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଛି ।
ମେ’ ୩ ତାରିଖରେ ଲକ୍ ଡାଉନ୍ ଶେଷ ହେବାର ଥିଲା । କିନ୍ତୁ ଏହି ଅବଧିକୁ ଏବେ ଦୁଇ ସପ୍ତାହ ଯାଏଁ ବଢାଇ ଦିଆଯାଇଛି । ମାତ୍ର ଏହି ତାଲାବନ୍ଦ କଟଣାକଣା ଗ୍ରୀନ୍ ଓ ଅରେଞ୍ଜ ଜୋନ୍ ରେ ସାମାନ୍ୟ କୋହଲ କରାଯାଇ ପାରେ । କିନ୍ତୁ ରେଡ୍ ଜୋନ୍ ରେ କଟକଣା କଡାକଡି ରହିବ ।
ଦେଶରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବଡ ନିଷ୍ପତି ନିଆଯାଇଛି ।
ଏହି ଲକ୍ ଡାଉନ୍ ରେ ସବୁକିଛି ବନ୍ଦ ରହିବ । ଗୃହମନ୍ତ୍ରାଳୟ ଅନୁମତିକ୍ରମେ ସ୍ୱତନ୍ତ୍ର ବିମାନ ଏବଂ ଟ୍ରେନ ଚାଲିପାରିବ । ନଚେତ୍ ଟ୍ରେନ ଗଡିବନି କି ବିମାନ ଉଡିବ ନାହିଁ । ସେହିପରି ବସ୍ ବି ଗଡିବନି । ସଡକପଥରେ ଅନ୍ଥରାଜ୍ୟରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ । କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁଯାୟୀ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ । ସେହିପରି ସପିଙ୍ଗ ମଲ୍, ସିନେମା ହଲ, ହୋଟେଲ, ରେଷ୍ଟୁରାଣ୍ଟ , ସେଲୁନ୍, ପାର୍ଲର,ଉପରେ କଟକଣା ରହିଛି । ଏଗୁଡିକ ଖୋଲି ପାରିବ ନାହିଁ । ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ରେ କଟକଣାକୁ ସାମନ୍ୟ କୋହଳ କରାଯାଇପାରେ ।