ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏମଏମ ନରଭଣେ ସ୍ଥଳସେନା ମୁଖ୍ୟ ଭାବରେ ଦାୟିତ୍ୱ ନେବା ପରଠାରୁ ତାଙ୍କ ପୁର୍ବ ପଦବୀ ଅର୍ଥାତ୍ ସ୍ଥଳସେନା ଉପାଧ୍ୟକ୍ଷ ପଦବୀ ଖାଲି ପଡିଥିଲା ।
ବର୍ତ୍ତମାନ ଦେଶର ସ୍ଥଳସେନା ଉପାଧ୍ୟକ୍ଷ ଭାବରେ ଲ୍ୟୁଟନାଣ୍ଟ ଜେନେରାଲ ଏସକେ ସାଇନିଙ୍କୁ ନିଯୁକ୍ତି ଦିଆଯାଇଛି । ଜେନେରାଲ ଏସକେ ସାଇନିଙ୍କୁ ୧୯୮୧ ମସିହାରେ ଜାଟ ରେଜିମେଣ୍ଟକୁ ପଦୋନ୍ନତି ମିଳିଥିଲା । ଜେନେରାଲ ଏସକେ ସାଇନି ସେବେଠାରୁ ଭାରତୀୟ ସେନାରେ କାର୍ଯ୍ୟ କରିଆସୁଛନ୍ତି ।
ତେବେ ଆସନ୍ତା ଜାନୁଆରୀ ୨୫ ତାରିଖରୁ ଜେନେରାଲ ଏସକେ ସାଇନି ସ୍ଥଳସେନା ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଜେନେରାଲ ସାଇନି ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି ।