ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଦ୍ରାସ ହାଇ କୋର୍ଟ ପକ୍ଷରୁ ପୁଡୁଚେରୀର ଉପ ରାଜ୍ୟପାଳ କୀରଣ ବେଦୀଙ୍କୁ ବଡ ଝଟକା ଲାଗିଛି । କୋର୍ଟ ତାଙ୍କ ନିଷ୍ପତିରେ ଶୁଣାଇଛନ୍ତି କି କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧିତ ରେ ଦଖଲ ଦେବାର ଅଧିକାର କୀରଣ ବେଦୀଙ୍କ ପାଖରେ ନାହିଁ । ପ୍ରକୃତରେ ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ଏବଂ କରୀଣ ବେଦୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା, ଏପରିକି ମୁଖ୍ୟମନ୍ତ୍ରୀ ବି ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ । ଏହିସମୟରେ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଲଢେଇକୁ ନେଇ ମାମଲା କୋର୍ଟରେ ପହଁଚିଥିଲା । ଏହାର ଶୁଣାଣିରେ କୋର୍ଟ ପକ୍ଷରୁ ଏବେ କୀରଣ ବେଦୀଙ୍କୁ ବଡ ଝଟକା ଲାଗିଛି ।
କୀରଣ ବେଦୀଙ୍କ ଉପରେ ନାରାୟଣ ସ୍ୱାମୀ ଅଭିଯୋଗ ଲଗାଇଥିଲେ କି , ସେ ଫାଇଲ ଗୁଡିକୁ ଆଗକୁ ବଢାଉ ନାହାଁନ୍ତି । ରିପୋର୍ଟ ମୁତାବକ ଏଭଳି ବିବାଦ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଏଲଜି ମଧ୍ୟରେ ଗତ କିଛି ଦିନ କାଳ ଦେଖିବାକୁ ମିଳିଥିଲା । କୋର୍ଟର ଏହି ନିଷ୍ପତି କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ ପିଟିସନ ଉପରେ ଶୁଣାଣି କରାଯାଇଛି । ବର୍ଷ ୨୦୧୭ରେ ଲକ୍ଷ୍ମୀନାରାୟଣ ଏହି ପିଟିସନ୍ ଦାଖଲ କରିଥିଲେ, ଯେଉଁଥିରେ ସେ ଦୈନିକ ଗତିବିଧିରେ ଏଲଜି ର ହସ୍ତକ୍ଷେପକୁ ନେଇ କୋର୍ଟରେ ପିଟିସନ୍ ଦାଖଲ କାରିଥିଲେ । ଏହାପୂର୍ବରୁ ନାରାୟଣ ସ୍ୱାମୀ ବି ଅଭିଯୋଗ କରିଥିଲେ କି କେନ୍ଦ୍ର ସରକାରଙ୍କ ଇଶାରାରେ କୀରଣ ବେଦୀ ରାଜ୍ୟ ସରକାରଙ୍କୁ ତାଙ୍କର କାମ କରିବାକୁ ଦେଉ ନାହାନ୍ତି ।
ନାରାୟଣ ସ୍ୱାମୀ କହିଥିଲେ କି ସରକାରଙ୍କ କାମରେ ହସ୍ତକ୍ଷେପ କରିବାରେ କୀରଣ ବେଦୀଙ୍କର କୌଣସି ଅଧିକାର ନାହିଁ । ତାଙ୍କୁ କେବଳ ପେପର ଉପରେ ଦସ୍ତକ୍ଷତ କରିବାର ଅଛି ଏବଂ ତାହାକୁ ମନ୍ତ୍ରୀପରିଷଦକୁ ଫେରାଇ ଦେବାର ଅଛି । ତାଙ୍କୁ କ୍ୟାବିନେଟ୍ ନିଷ୍ପତିରେ ହସ୍ତକ୍ଷେପ କରିବାରେ ଅଧିକାର ନାହିଁ, ସେ ନିର୍ଣ୍ଣୟ ନେବାରେ ହସ୍ତକ୍ଷେପ କରି ନିୟମ ଉଲ୍ଲଘଂନ କରୁଛନ୍ତି ।