ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ସତ୍ୟ ଓ ଅହିଂସାର ପୂଜାରୀ ତଥା ଦେଶକୁ ସ୍ୱାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧୀଙ୍କର ୧୫୧ ତମ ଜୟନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ତାଙ୍କୁ ପ୍ରଣାମ ଜଣାଇବା ସହିତ ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ପଥରେ ଚାଲିବା ପାଇଁ ପୁର୍ନବାର ସଂକଳ୍ପ ନେବାକୁ ଦେଶବାସୀଙ୍କୁ କହିଛନ୍ତି ।
ସେହିପରି ରାଷ୍ଟ୍ରପତି କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ଯାଇ ମହାତ୍ମ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଅବସରରେ ରାଜଘାଟରେ ଭଜନର ଆୟୋଜନ କରାଯାଇଛି ।