କୋଲକତା(ଏଟିଆର ବ୍ୟୁରୋ): ଆଜିଠାରୁ ମୋଦି ୨ ଦିନିଆ କୋଲକତା ଗସ୍ତରେ ରହିଛନ୍ତି । ଏହି ଅବସରରେ ଆଜି ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଜଭବନରେ ମୋଦି ଏବଂ ଦିଦିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାତ୍ର ସବୁଠାରୁ ବଡ ରୋଚକ କଥା ହେଲା ମୋଦି ଓ ଦିଦିଙ୍କ ବୈଠକ ସରିବା ପରେ ଦିଦି ତୃଣମୁଳ କଂଗ୍ରେସ ପକ୍ଷରୁ ହୋଇଥିବା ଧାରଣାରେ ଯୋଗ ଦେଇଛନ୍ତି । ତେବେ ଏହି ଧାରଣାରେ ଦିଦି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ ମୋଦିଙ୍କ ସହିତ କିଛି ଆର୍ଥିକ କାରବାର ନେଇ ବୈଠକ ହୋଇଥିଲା ।
ତେବେ ସେ ପୂର୍ବଭଳି ସିଏଏକୁ ବିରୋଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଦିଦି ଆହୁରି ମଧ୍ୟ କହିଛନ୍ତି ଆମେ ସିଏଏ, ଏନଆରସି ଏବଂ ଏନପିଆରକୁ ବିରୋଧ କରିବୁ । ଏକଥା ନିଶ୍ଚିନ୍ତ ଦେଶ ଛାଡି କୌଣସିବି ଲୋକ ବାହାରକୁ ଯିବେ ନାହିଁ । ଏହାକୁ ଆମେ ଦୃଢ ବିରୋଧ କରିବୁ । ସାଧାରଣ ଲୋକଙ୍କ ଉପରେ କୌଣସି ଅତ୍ୟାଚାର ନହେବା ଦରକାର । ସରକାର ଏନଆରସି ଓ ସିଏଏ ଉପରେ ପୁନଃ ସମୀକ୍ଷା କରନ୍ତୁ । ଅନ୍ୟପଟେ ଆଜି ମୋଦିଙ୍କ କୋଲକତା ଗସ୍ତକୁ ପଶ୍ଚିମବଙ୍ଗରେ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । ଏମିତି କି ମୋଦି ଗୋ ବ୍ୟାକ ନାରା ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ ମମତା ଓ ତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମୋଦି କହିଛନ୍ତି ଏନେଇ ଦିଲ୍ଲୀରେ ଆଲୋଚନା ହେବ ।