କୋଲକାତା ( ଏଟିଆର ବ୍ୟୁରୋ): ପଶ୍ଚିମ ବଙ୍ଗଳାରେ ମମତା ବନାର୍ଜୀ ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କ ପାଇଁ ସରକାରୀ ସଂସ୍ଥାନରେ ୧୦ ପ୍ରତିଶତ ଆରକ୍ଷଣର ଘୋଷଣା କରିଛନ୍ତି । କୁହାଯାଉଛି କି ତୃଣମୂଳ ସ୍ତରରେ ବିଜେପିର ଯେଉଁଭଳି ଭାବେ ଜନମତ ବଢିବାରେ ଲାଗିଛି ସେଥିରେ ରୋକ ଲଗାଇବା ପାଇଁ ପଶ୍ଚିମବଙ୍ଗଳାରେ ମୁଖ୍ୟମନ୍ତ୍ରୀ ଏମିତି ଏକ ଘୋଷଣା କରିଥିବା ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ ପୂର୍ବରୁ ଏହି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଦିଦି ମନା କରୁଥିଲେ । ତେବେ ବିଜେପି ଓ ଏନଡିଏ ଦ୍ୱାରା ଏହି ପ୍ରସ୍ତାବକୁ ମଞ୍ଜରୀ ମିଳିବାର ଛଅ ମାସ ପରେ ମମତା ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମମତା ଘୋଷଣା କରିଛନ୍ତି ।
ତେବେ ସଂସଦୀୟ ବ୍ୟପାର ମନ୍ତ୍ରୀ ପାର୍ଥ ଚାଟର୍ଜୀ କହିଛନ୍ତି ‘ ଏହା ଏକ ଐତିହାସିକ ରାୟ, ଆର୍ଥିକ କମଜୋର ଶ୍ରେଣୀର ଲୋକ ମାନଙ୍କ ପାଇଁ ଏହା ଉପଯୋଗୀ ହେବ , ଏହି ଯୋଜନାକୁ ଖୁବ ଶିଘ୍ର ଲାଗୁ କରାଯିବ’ ବୋଲି ସେ କହିଛନ୍ତି । କ୍ୟାବିନେଟ ବୈଠକ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏହି ପ୍ରକ୍ରିି୍ରୟାର ଯୋଗ୍ୟତା ଖୁବ ଶିଘ୍ର ଘୋଷଣା କରାଯିବ । ତେବେ ଅନ୍ୟ ସଂରକ୍ଷଣରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂରକ୍ଷଣ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି ।