ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜଙ୍କ ପ୍ରାର୍ଥିବ ଶରୀର ବୁଧବାର ଦିନ ଆମେରିକାର ନ୍ୟୁ ଜର୍ସିରୁ ମୁମ୍ବାଇ ଅଣାଯାଇଛି । ଆଜି ମୁମ୍ବାଇର ବିଲେ ପାର୍ଲେ ଶ୍ମସାନରେ ତାଙ୍କର ରାଜକୀୟ ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯିବ ।
ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି କି, ପଣ୍ଡିତ ଯଶରାଜଙ୍କ ପ୍ରାର୍ଥିବ ଶରୀରକୁ ଗୁରୁବାର ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ । ଏହାପରେ ବିଲେ ପାର୍ଲେର ପବନ ହଂସ ଶ୍ମସାନରେ ଅନ୍ତିମ ସଂସ୍କାର କରାଯିବ ।
ସୂଚନାଯୋଗ୍ୟ, ସୋମବାର ଆମେରିକାର ନ୍ୟୁ ଜର୍ସିରେ ହୃଦଘାତରେ ପଣ୍ଡିତ ଯଶରାଜଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।