ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀ ନରେଲା ଅଞ୍ଚଳରେ ଏକ ଜୋତା ଫ୍ୟାକ୍ଟ୍ରିରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ଚାରିଆଡକୁ ଖେଳିଯାଇଥିଲା । ସେପଟେ ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ୨୪ ଟି ଦମକଳ ଗାଡି ଉପସ୍ଥିତ ରଖାଯାଇଥିଲା । ଏହି ଦୁର୍ଘଟଣାରେ ଫ୍ୟାକ୍ଟ୍ରି ଭିତରେ ଦୁଇ ଜଣ ଫସି ରହିଥିବାର ସୂଚନା ମିଳିଛି ।
ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି କି, ନିଆଁ ଜୋତା କାରଖାନାର ତିନି ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଏନେଇ ବିଳମ୍ବିତ ରାତିରେ ଖବର ଆସିଥିଲା । ଏହାପରେ ଦମକଳ ବାହିନୀର ୨୪ ଟି ଗାଡି ଘଟଣାସ୍ଥଳକୁ ପଠା ଯାଇଥିଲା । ଯାହାଫଳରେ ନିଆଁକୁ ଆୟତ କରାଯାଇଥିଲା ।