ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ-୨ ର ଅର୍ବିଟର ଏକଦମ୍ ସଠିକ୍ ରୂପେ କାମ କରୁଛି । ସେ ତାର ଏକ୍ସପେରିମେଣ୍ଟ ବି ଆରମ୍ଭ କରିଦେଇଛି । ଏନେଇ ଇସ୍ରୋ ଅଧ୍ୟକ୍ଷ କେ.ସିବନ ସୂଚନା ଦେଇଛନ୍ତି ।
ଅହମଦାବାଦରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ କେ. ସିବନ ଏହି ମତ ରଖିଛନ୍ତି । ସେ କହିଛନ୍ତି କି ଲାଣ୍ଡର ବିକ୍ରମ ସହିତ କଣ ଗଡବଡି ହୋଇଛି, ତାହାର ତଦନ୍ତ ପାଇଁ ଏକ ନାସନାଲ ଲେବଲ କମିଟି ଗଠନ କରାଯାଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଏବେ ଇସ୍ରୋର ଆଗାମୀ ବଡ ମିଶନ ସୂର୍ଯ୍ୟ ଉପରେ ହେବ । ଏହା ବ୍ୟତିତ ଭାରତୀୟ ସ୍ପେସକ୍ରାଫ୍ଟ ଜରିଆରେ ମଣିଷକୁ ପଠାଇବାର ଇସ୍ରୋର ଟାର୍ଗେଟ ରହିଛି । ଛୋଟ ସାଟେଲାଇଟ ଲଞ୍ଚ କରିବା ପାଇଁ ଇସ୍ରୋ ଏକ ରକେର୍ଟ ବି ତିଆରି କରୁଛି ।
ଅର୍ବିଟରରେ ଆଠଟି ଇଂଷ୍ଟ୍ରୁମେଣ୍ଟ ରହିଛି ଏବଂ ପ୍ରତ୍ୟେକ ଇଂଷ୍ଟ୍ରୁମେଣ୍ଟସେମାନଙ୍କର କାମ କରୁଛନ୍ତି । ପ୍ରଥମରୁ ଅର୍ବିଟର ପାଇଁ ଗୋଟେ ବର୍ଷର ଯୋଜନା କରାଯାଇଥିଲା, କିନ୍ତୁ ଏହା ଏବେ ସାଢେ ସତେ ବର୍ଷ ଯାଏଁ କାମ କରିବ ବୋଲି ସମ୍ଭାବନା ରହିଛି, ଯାହାଦ୍ୱାରା ଆମକୁ ବୈଜ୍ଞାନିକ ପରିକ୍ଷଣରେ ସାହାଯ୍ୟ ମିଳିବ ।