ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରବସାଗରରେ ସୃଷ୍ଟି ହୋଇଛି ଚଳିତ ବର୍ଷର ପ୍ରଥମ ବାତ୍ୟା । ଯାହାର ନାମ ରହିଛି ତଉକ୍ତେ । ଏହା ଗୁଜୁରାଟରେ ସ୍ଥଳ ଭାଗ ଛୁଇଁପାରେ । ବାତ୍ୟା ମୁକାବିଲା ଲାଗି ଜୋରସୋରରେ ପ୍ରସ୍ତୁତ ହେଇଥିବା ବେଳେ ଓଡିଶାରୁ ଗୁଜୁରାଟକୁ ଯାଇଛନ୍ତି ଏନଡିଆରଏଫ ଟିମ୍ । ସ୍ୱତନ୍ତ୍ର ବିମାନ ଯୋଗେ ୫ଟି ଏନଡିଆରଏଫ ଟିମ ଗୁଜୁରାଟ ଯାଇଛନ୍ତି ।
ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବଂ ରିଲିଫ କାମରେ ସହାୟତା ପାଇଁ ଓଡିଶାରୁ ଏନଡିଆରଏଫର ଏହି ୫ଟି ଟିମ ପଠାଯାଇଛି । କଟକ ଡେପୁଟି କମଣ୍ଡାଣ୍ଟଙ୍କ ନେତୃତ୍ୱରେ ଏହି ଟିମ ଗୁଡିକୁ ପଠାଯାଇଛି ।