ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିଭି ସମାଚର ଉଦ୍ୟୋଗ ସହ ଜଡିତ ବ୍ରୋଡକାଷ୍ଟିଙ୍ଗ କମ୍ପାନୀ ପକ୍ଷରୁ ଜିଏସଟି ଦର କମ କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ଦାବି କରାଯାଇଛି । ନ୍ୟୁଜ୍ ଚ୍ୟାନେଲରୁ ସରକାର ୧୮ ପ୍ରତିଶତ କର ଆଦାୟ କରିଥାନ୍ତି , ମାତ୍ର ଖବରକାଗଜରେ ଏହାର ଦର ୫ ପ୍ରତିଶତ । ସେଥିପାଇଁ ନ୍ୟୁଜବୋର୍ଡକାଷ୍ଟର ଫେଡେରେସନ୍ ର ସଦସ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏନେଇ ଦାବି କରିଛନ୍ତି ।
ଏନବିଏଫ୍ ର ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି କି , ବିଜନେସ୍ ମଡେଲରେ ଏକରୂପତା ଅଣାଯାଉ । ଏବେ ଦେଶରେ ନ୍ୟୁଜ୍ ଚ୍ୟାନେଲର ଅବଶ୍ୟକତା ରହିଛି । ଏହା ଭବିଷ୍ୟତରେ ବି ଚାଲିବ । ସେଥିପାଇଁ ଖବରକାଗଜ ସହିତ ବଜାରରେ ଟିଭି ଚ୍ୟାନେଲ ବି ରହିବା ଜରୁରୀ ।
ସେପଟେ ଫେଡେରେସନ ସଦସ୍ୟଙ୍କ ଦାବି ପୂରଣ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ୱସ୍ତ କରାଇଛନ୍ତି । ଏହି ଅବସରରେ ଫେଡେରସନ୍ ର ଉପାଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡା, ସଞ୍ଜିବ ନାରାୟଣ ଏବଂ ମହାସଚିବ ଆର ଜୟକୃଷ୍ଣ ଉପସ୍ଥିତ ଥିଲେ ।