ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜକ୍ଷମା ପାଇଁ ଆଦେନ କରିଥିବା ବୁକେଶକୁ କ୍ଷମା ନଦେବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି ଗୃହ ବ୍ୟାପାର ମନ୍ତ୍ରଣାଳୟ । ଜାତୀୟ ଗଣମାଧ୍ୟମର ଖବର ମୁତାବକ ଅମିତ ଶାହା ଏହି ସୁପାରିଶ କରିଛନ୍ତି । ଅଭିଯୁକ୍ତ ମୁକେଶ ରାଜକ୍ଷମା ଆବେଦନ କରିଥିବାରୁ କୋର୍ଟ ଏହି ଡେଥୱାରେଣ୍ଟରେ ରୋକ ଲଗାଇଛନ୍ତି । ତେଣୁ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ବିଳମ୍ବ ହୋଇପାରେ ।
ଅନ୍ୟପଟେ ଫାଶୀକୁ ବିଳମ୍ବ ହେଲେ ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଭୟାଙ୍କ ମା ଦାୟୀ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଦିଲ୍ଲୀ ସରକାର କାହିଁକି ପୂର୍ବରୁ ଜେଲ ପ୍ରଶାସନକୁ ଫାଶୀ ପାଇଁ ନୋଟିସ ଜାରି କରିବାକୁ କହିନଥିଲେ । ଯଦି ଦିଲ୍ଲୀ ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ଏଥିପାଇଁ ଅରବିନ୍ଦ କେଜ୍ରିୱାଲ ଦାୟୀ ରହିବେ ବୋଲି କହିଛନ୍ତି । ଅନ୍ୟପଟେ ପଟିଆଲା କୋର୍ଟ କହିଛନ୍ତି ରାଜକ୍ଷମା ପାଇଁ ହୋଇଥିବା ଆବେଦନରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।