ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାଲାକୋଟରେ ମଙ୍ଗଳବାର ଭାରତୀୟ ବାୟୁସେନାଙ୍କ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସୀମାରେ ମଧ୍ୟରେ ବଢିଥିବା ଆକ୍ରୋଶ କୁ ଦେଖି ଭାରତ ସରକାର ପାଖାପାଖି ୨୭୦୦ କୋଟି ଟଙ୍କାର ରକ୍ଷା ଉପକରଣ କିଣିବାକୁ ମଞ୍ଜୁର ଦେଇଛନ୍ତି ।
ରିପୋର୍ଟ ମୁତାବକ, ରକ୍ଷା ମନ୍ତ୍ରୀ ନର୍ମଳ ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ଙ୍କ ବୈଠକରେ ପାଖାପାଖି ୨୭୦୦ କୋଟି ଟଙ୍କାର ରକ୍ଷା ଉପକରଣ କିଣିବାକୁ ମଞ୍ଜୁର ଦିଆଯାଇଛି ।
ଏହାସହିତ ଭାରତୀୟ ନୌସେନାଙ୍କ ପାଇଁ ତିନି କ୍ୟାଡେଟ ପ୍ରଶିକ୍ଷଣ ଜାହାଜ କିଣିବା ପାଇଁ ମଞ୍ଜୁର ଦିଆଯାଇଛି । ଯାହାର ବ୍ୟବହାର ପ୍ରଶିକ୍ଷଣ ମହିଳା ଅଧିକାରୀଙ୍କ ସମେତ ଅଧିକାରୀ କ୍ୟାଡେଟଙ୍କ ବୁନିଆଦି ସମୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ କରାଯିବ ।
ଏହାବ୍ୟତିତ ଏହି ଜାହାଜ ହସ୍ପିଟାଲ କାର୍ଯ୍ୟକୁ ପୂରା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ହେବ । ଏହି ଜାହାଜ ଜରିଆରେ ମାନବୀୟ ସହାୟତା ଏବଂ ପ୍ରକୃତିକ ବିପର୍ଯ୍ୟୟରୁ ଉଦ୍ଧାର କାର୍ଯ୍ୟ କରିବାରେ , ଏସଏଆର ମିଶନ ଏବଂ ଅନ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ଉପଯୋଗ କରାଯିବ