ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ସାତ ମାସ ହେବ କରୋନା ଜାଲରେ ଛଟପଟ ହେଉଛି ଦେଶ । ଲକଡାଉନ ଏବଂ ଅନେକ କଟକଣା ପାଇଁ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ଜିଡିପି ରେ ବି ୨୩.୯ ପ୍ରତିଶତ ହ୍ରାସ ହୋଇଛି । ଏହାରିମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱୀକାର କରିଛନ୍ତି କି ଅର୍ଥବ୍ୟବସ୍ଥା ସାମ୍ନାରେ ଏବେ ବି ଅନେକ ଚ୍ୟାଲେଞ୍ଜ ରହିଛି ।
ଏକ ସାକ୍ଷାତକାରରେ ନିର୍ମଳା ସୀତାରମଣ କହିଛନ୍ତି କି, ଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସାମ୍ନା କରୁଛି ଅର୍ଥବ୍ୟବସ୍ଥା । ଏହାସହିତ କରୋନା ସଙ୍କଟ କେବେ ଯିବ ଏନେଇ କୌଣ ସି ଠିକଣା ନାହିଁ,ଖାସକରି ଯେପର୍ଯ୍ୟନ୍ତ ଟୀକା ନ ଆସିଛି । ୬ ମାସରେ ଚ୍ୟାଲେଞ୍ଜ କମ ହୋଇନି ବରଂ ଉପାୟ ବଦଳିଯାଇଛି । ଯେଉଁଥିପାଇଁ ସମସ୍ୟାର ସମାଧାନ ଲାଗି ମନ୍ତ୍ରାଳୟ ପକ୍ଷରୁ ଦ୍ରୁତ ବେଗରେ ଆକ୍ସନ ନିଆଯାଉଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଦେଶରେ କରୋନା ମୃତ୍ୟୁ ହାର କମ ରହିଛି । ମାତ୍ର ଏବେ ବି କରୋନା ଚିନ୍ତାର ବିଷୟ ହୋଇ ରହିଛି । ସେଥିପାଇଁ ସତର୍କତା ହେବା ସହ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଆଦି ଅଭ୍ୟାସ ଦୂର ବଳବତ୍ତର ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।