ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାକୁ ନେଇ ମଥୁରା କୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଆଜି ହେବ ଶୁଣାଣି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ସେହିି ପିଟିସନକୁ ନେଇ କୋର୍ଟ ଆଜି ନିଷ୍ପତି ନେଇପାରନ୍ତି । ସେପଟେ ପିଟିସନ ଉପରେ ହେବାକୁ ଥିବା ଶୁଣାଣିକୁ ଦୃଷ୍ଟିରେ ରଖି ମଥୁରାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୁପ୍ରିମକୋର୍ଟର ଅଧିବକ୍ତା ହରିଶଙ୍କର ଜୈନ ଏବଂ ବିଷ୍ଣୁ ଶଙ୍କର ଜୈନ ମଥୁରାର ସିନିଅର ସିଭିଲ ଜଜ୍ ଛାୟା ଶର୍ମାଙ୍କ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ ିରାଜମାନ ନାମରେ ଦାଖଲ କରାଯାଇଥିବା ଏହି ପିଟିସନରେ କୋର୍ଟକୁ ୧୩.୩୭ ଏକର ଜନ୍ମଭୂମି ମାଲିକାନାର ଦାବି କରାଯାଇଛି ।
ଶ୍ରୀକୃଷ୍ଣ ଜନ୍ମସ୍ଥାନ ଉପରେ ନିଜର ମାଲିକାନା ଦାବି କରି ଭଗବାନ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଆଡଭୋକେଟ ରଞ୍ଜନ ଅଗ୍ନହୋତ୍ରୀ, ପ୍ରବେଶ କୁମାର, ରାଜେଶମଣି ତ୍ରିପାଠୀ, କରୁଣେଶ କୁମାର ଶୁକ୍ଲା, ଶିବାଜୀ ସିଂହ ଏବଂ ତ୍ରିପୁରାରୀ ତିୱାରୀଙ୍କ ମାଧ୍ୟମରେ ଏହି ପିଟିସନ ଦାଖଲ କରାଯାଇଛି ।