ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯମୁନା ଏକ୍ସପ୍ରେସ-ୱେ ବିକାଶ ପ୍ରାଧିକରଣ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଫିଲ୍ମ ସିଟିର ବିସ୍ତୃତ ପରିଯୋଜନା ରିପୋର୍ଟ (ଡିପିଆର) ଦୁଇ ମାସ ଭିତରେ ପ୍ରସ୍ତୁତ ହୋଇଯିବ । ଏନେଇ ପ୍ରାଧିକରଣର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଯମୁନା ବିକାସ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଡକ୍ଟର ଅରୁଣ ବୀର ସିଂହ କହିଛନ୍ତି କି, ଯମୁନା ପ୍ରାଧିକରଣର ସେକ୍ଟର ୨୧ରେ ଏକ ହଜାର ଏକର ଅଞ୍ଚଳରେ ପ୍ରସ୍ତାବିତ ଫିଲ୍ମ ସିଟି ର ବିସ୍ତୃତ ପରିଯୋଜନା ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞ କମ୍ପାନୀଠାରୁ ଟେଣ୍ଡର ମଗାଯାଇଥିଲା ।
ସେହିପରି ଟେଣ୍ଡର ପାଇଁ ୪ ଟି କମ୍ପାନୀ ପକ୍ଷରୁ ଆବେଦନ କରାଯାଇଥିଲା । ସେହିକ୍ରମରେ ସିବିଆରଇ ସାଉଥ ଏସିଆ କମ୍ପାନୀକୁ ଚୟନ କରାଯାଇଛି ।