ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଏବେ ଡିଜିଟାଲ ଉପରେ ଅଧିକ ଫୋକସ ରହିଛି । ଏହାରି ମଧ୍ୟରେ ମୋବାଇଲ ୱାଲେଟ କମ୍ପାନୀ ପେଟିଏମର ସଂସ୍ଥାପକ ବିଜୟ ଶେଖର ଶର୍ମା କଣ୍ଟାକ୍ଟଲେସ୍ ଫୁଡ ଅର୍ଡର ପାଇଁ ୧୦ ରାଜ୍ୟ ସରକାରଙ୍କ ସହ ‘Scan to Order’ QR କୋଡ ସିଷ୍ଟମ ଲଞ୍ଚ କରିବା ଉପରେ ଆଲୋଚନା କରିଛନ୍ତି । କମ୍ପାନୀ ଏକ ବୟାନରେ କହିଛି କି, ସରକାରଙ୍କ ସହ କ୍ୟୁଆର ଆଧାରିତ ଫୁଡ ଅର୍ଡର କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜର ବିଷୟରେ ଆଲୋଚନା ହୋଇଛି । ଏହି ସିଷ୍ଟମ ଅନୁଯାୟୀ ଗ୍ରାହକମାନେ ଫୁଡ୍ ମେନ୍ୟୁ କୁ ସ୍କାନ୍ କରି ନିଜ ଫୋନ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ । ସେହିପରି ତାଙ୍କ ନିକଟରେ ୱାଲେଟ, କାର୍ଡସ ବା ୟୁପିଆଇ ଜରିଆରେ ପେମେଣ୍ଟ କରିବାର ସୁବିଧା ରହିବ ।
ରେଷ୍ଟୁରାଣ୍ଟ ଗୁଡିକ ଏହାକୁ ହ୍ୱାଇଟ ଲେଭଲ ପ୍ରଡକ୍ଟ ଭଳି ବ୍ୟବହାର କରି ପାରିବେ । ଯାହାକୁ ସେ ତାଙ୍କର ଲୋଗୋ, ପାମ୍ପଲେଟ୍, ହୋଡିଂ ଏବଂ ସାଇନବୋର୍ଡ ବି ବ୍ୟବହାର କରି ପାରିବେ ।
ଏହି କୋଡ ର ପ୍ରଥମ ପର୍ଯ୍ୟାୟ ଲଞ୍ଚିଂରେ ପେଟିଏମ ୧ ଲକ୍ଷ ରେଷ୍ଟୁରାଣ୍ଟକୁ ଏହି ସୁବିଧା ଯୋଗାଇବ । ପେଟିଏମ ର ଭାଇସ ପ୍ରେସିଡେଣ୍ଟ ନିଖିଲ ସିଂଘମ କହିଛନ୍ତି କି, ଆମର ବିଶ୍ୱାସ ରହିଛି କି କଣ୍ଟାକ୍ଟଲେସ୍ ଫୁଡ ଅଡରିଂ ସିଷ୍ଟମ ଅନୁଯାୟୀ ସେହି ପ୍ରତିଷ୍ଠାନ ଗୁଡିକୁ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବା ପାଇଁ ସାହାଯ୍ୟ ମିଳିବ ଏବଂ ଏହାସହିତ ସାମଜିକ ଦୂରତା ଅବଲମ୍ବନ କରି ବର୍ତ୍ତମାନର ମହାମାରୀରୁ ରକ୍ଷା ପାଇ ପାରିବା ।