ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଲା ଓଡିଶା କୃଷି ଭବନ । ଅନ୍ୟପଟେ କୃଷିଭବନ କୋଠାର ଲୋକପ୍ରିୟତା ଦିନକୁ ଦିନ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବଢିବାରେ ଲାଗିଛି । ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ କୃଷି ଭବନକୁ ଡିଜାଇନ କରାଯାଇଥିବା ବେଳେ ଏହା ପ୍ରାୟ ୧.୩ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମାଣ କରାଯାଇଛି ।
ଏହି କୃଷି ଭବନର ନିର୍ମାଣ କାର୍ଯ୍ୟ ୨୦୧୩ ମସିହାରେ ଆରମ୍ଭ ହୋଇଥିବା ବେଳେ ୨୦୧୮ରେ ଏହା ସପୂର୍ଣ୍ଣ ନିର୍ମାଣ ହେବା ସହ ବ୍ୟବହାର ନିମନ୍ତେ ଖୋଲାଯାଇଥିଲା । ତେବେ ଏହି କୃଷି ଭବନରେ ଡିଜାଇନରେ ଓଡିଶାର କଳା ସଂସ୍କୃତି ପଦର୍ଶତ କରାଯାଇଛି । ଏହାର ନିର୍ମାଣରେ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା ।
ପତ୍ରିକା ପକ୍ଷରୁ କୁହାଯାଇଛି, କୃଷି ଓ କୃଷକ ସଶକ୍ତକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତକଳାର ଏକ ଅପୂର୍ବ କୃତି ଅଟେ । ତେବେ ପୂର୍ବରୁ କୃଷି ଭବନ ବିଶ୍ୱର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି ।