ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ପିଆଜ ମଡକ ପଡିଛି । ଦୋକାନ ଗଲେ ପିଆଜ ଦେଖିଲେ ଡର ଲାଗୁଛି । କାରଣ ପିଆଜ ଏବେ ଅମୁଲ ମୂଲ । ପିଆଜ ଏବେ ସାରା ଦେଶରେ ସେଞ୍ଚୁରି ମାରିଛି । ଗୋଟାଏ ଗୋଟାଏ ସ୍ଥାନରେ ପିଆଜ ୧୨୦ ମଧ୍ୟ ଟପିଲାଣି । ଆଉ ନାସିକ ପିଆଜ ଲାଙ୍ଗୁଡରେ ହାତ ମାରି ହେଉନି । ନାସିକ ପିଆଜ ୧୪୦ ଟପିବାକୁ ବସିଲାଣି । ଯାହା ଫଳରେ ଏବେ ବ୍ୟବସାୟୀ ପିଆଜ ମଗାଇବାକୁ ଅମଙ୍ଗ ହେଉଛନ୍ତି ।
ଏତେ ଟଙ୍କା ଦେଇ କିଏ ଅବା ପିଆଜ କିଣିବ? ଅନ୍ୟପଟେ ଲୋକଙ୍କୁ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ସରକାର କେତେବେଳେ ପିଆଜ ଇଜିପ୍ଟ ତ ପୁଣି କେତେବେଳେ ତୁର୍କିରୁ ପିଆଜ ଆମଦାନୀ କରୁଛନ୍ତି । ହେଲେ ତାହା ଏବେ ସମୁଦ୍ରକୁ ସଂଙ୍ଖେ ।