ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ପିଆଜକୁ ନେଇ ଭାଳେଣି ପଡିଛି । ପିଆଜ ଦର ଆକାଶ ଛୁଆଁ ହୋଇଥିବାରୁ ଖାଉଟି ଏବେ ଚିନ୍ତାରେ । ତେବେ ଏହି ଭିତରେ ପିଆଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ମୁଁ ଏତେ ରସୁଣ ଓ ପିଆଜ ଖାଏ ନାହିଁ । ମୁଁ ଏଭଳି ଏକ ପରିବାରରୁ ଆସିଛି ଯେଉଁଠି ଅଧିକ ପିଆଜ ଓ ରସୁଣ ବ୍ୟବହାର କରାଯାଏ ନାହିଁ ।’ ସୀତାରମଣଙ୍କ ଏହି ବୟାନ ପରେ ସଂସଦରେ ସମସ୍ତେ ହସିବାରେ ଲାଗିଥିଲେ । ପିଆଜ ଖାଇବାକୁ ନେଇ କିଛି ସଦସ୍ୟ ଲୋକସଭାରେ ପ୍ରଶ୍ନ କରିବାରୁ ଏହାର ଜବାବ ଦେଇଥିଲେ ନିର୍ମଳା ସୀତାରମଣ ।
ତେବେ ଆଜି ପିଆଜ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି ମୁଁ ଶାକାହାରୀ । କେବେ ପିଆଜ ଖାଏ ନାହିଁ । ମୋ ଭଳି କିଛି ଲୋକ ଅଛନ୍ତି ସେମାନେ କେମିତି ଜାଣିବେ ପିଆଜର ବଜାର ମୂଲ୍ୟ କ’ଣ ରହିଛି ।