ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ୧୯୭୨ ବ୍ୟାଚ ଗୁଜୁରାଟ କ୍ୟାଡର ଆଇଏସ ଡକ୍ଟର ପ୍ରମୋଦ କୁମାର ମିଶ୍ର ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ପ୍ରମୋଦ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରମୋଦ ମିଶ୍ର ଚଳିତ ଜୁନ ୧୧ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ।
୧୯୪୮ ଅଗଷ୍ଟ ୧୧ ତାରିଖରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମିଶ୍ର ଅର୍ଥନୀତିରେ ସ୍ନାତକ ଓ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଛନ୍ତି । ଶ୍ରୀ ମିଶ୍ର ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯ ମେ ମାସରେ ଜାତିସଂଘ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ସେ ବିପର୍ଯ୍ୟୟ ପରିଚାଳନା ପାଇଁ ପାଇଥିଲେ । ପୂର୍ବରୁ ସେ ଓଡିଶାରେ ରେଙ୍ଗାଲି ଡ୍ୟାମ ପ୍ରୋଜେକ୍ଟର ଭାବେ କାର୍ଯ୍ୟ କରି ସାରିଛନ୍ତି ।