ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତାଙ୍କ ମତ ରଖିଛନ୍ତି । ପାକିସ୍ତାନର ରେଡିଓ ମାଧ୍ୟମରେ ସେ କହିଛନ୍ତି କି, ଯେବେ ପାକିସ୍ତାନ ଦୃଢତା ଆଡକୁ ଗତି କରୁଛି ତେବେ ଆମେ ଏଭଳି କାହିଁକି କରିବୁ । ଏଥିରେ ଆମର ଫାଇଦା କ’ଣ । ବିନା ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦା ଯାଉଛି । ପାକିସ୍ତାନକୁ ପୁଲୱାମା ହମଲାରେ କ’ଣ ଫାଇଦା ମିଳିବ? ସେଥିପାଇଁ ଆମେ ତଦନ୍ତ ପାଇଁ ପ୍ରସ୍ତୁତ ।
ଆତଙ୍କିରାଜରେ ୭୦ ହଜାର ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଛି । ଆମେ ଏହି ଆତଙ୍କି ଉପରେ ଆଲୋଚନ କରିବା ପାଇଁ ପ୍ରସ୍ତୁତ । ଯଦି ଆପଣ ପାକିସ୍ତାନ ଉପରକୁ ହମଲା କରିବାକୁ ଭାବୁଛନ୍ତି ତେବେ ପାକିସ୍ତାନ ବି ପଛରେ ରହିବ ନାହିଁ । ଆମେ ଆତଙ୍କବାଦୀଙ୍କ ଉପରେ ଆଲୋଚନା କରିବୁ । ଏହାସହିତ ଯୁଦ୍ଧର ପୂରା ଜବାବ ଦେବୁ ।
ଆମ ମାଟିରେ କେହି ବି ହିଂସା ଖେଳାନ୍ତୁ ଆମେ ଏହା କଦାପି ଚାହିଁବୁ ନାହିଁ । ମୁଁ ଭାରତ ସରାକାରଙ୍କୁ କହିବାକୁ ଚାହୁଁଛି କି ଯଦି ପାକିସ୍ତାନ ବିରୋଧରେ ପ୍ରମାଣ ମିଳୁଛି ତେବେ ଆମେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛୁ ।
ଖବରମୁତାବକ, ଗତ ଫେବ୍ରୁଆରୀ ୧୪ରେ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଖାଫିଲା ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହୀଦ ହୋଇଥିଲେ ।