ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାଖାପାଖି ଏକମାସ ପରେ ପେଟ୍ରୋଲ ଦରରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତୈଳ କମ୍ପାନୀ ପକ୍ଷରୁ ଶୁକ୍ରବାର ପେଟ୍ରୋଲ ଦର ହ୍ରାସ କରାଯାଇଛି । ସେହି ଅନୁଯାୟୀ ଲିଟର ପିଛା ପେଟ୍ରୋଲ ଦର ଦିଲ୍ଲୀରେ ୫ ପଇସା,କୋଲକାତାରେ ୭ ପଇସା , ମୁମ୍ବାଇ ଏବଂ ଚେନ୍ନାଇରେ ବି ୭ ପଇସା ଲେଖାଏଁ ହ୍ରାସ କରାଯାଇଛି । ଏହାପୂର୍ବରୁ ୫ ନଭେମ୍ବର ୨୦୧୯ ରେ ପେଟ୍ରୋଲ ଦରରେ ଆଶ୍ୱସ୍ତି ମିଳିଥିଲା । ଏହାପରେ ସେବେଠାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦରରେ ବୃଦ୍ଧି ଚାଲିଛି । ମାତ୍ର ଡିଜେଲ ଦର ଲଗାତର ଭାବେ ସ୍ଥିର ରହିଛି ।
ଇଣ୍ଡିଆନ୍ ଅଏଲ ୱେବସାଇଟ ମୁତାବକ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ରେ ପେଟ୍ରୋଲ ଦର ହ୍ରାସ ହୋଇ କ୍ରମଶଃ ଲିଟର ପିଛା ୭୪.୮୬ ଟଙ୍କା, ୭୭.୫୪ ଟଙ୍କା, ୮୦.୫୧ ଟଙ୍କା ଏବଂ ୭୭.୮୩ ଟଙ୍କା ରହିଛି । ଅପରପେକ୍ଷ ଡିଜେଲ ଦରରେ କୌଣସି ପରିବର୍ତ୍ତନ ନ ହୋଇ ସ୍ଥିର ରହିଛି ।
ନଭେମ୍ବର ଶେଷ ସପ୍ତାହରୁ ଏପର୍ଯ୍ୟନ୍ତ ଲଗାତର ଭାବେ ପେଟ୍ରୋଲ ଦର ବୃଦ୍ଧି ହୋଇ ଚାଲିଥିଲା । କିଛି ଦିନ ପରେ ଏବେ କମ୍ପାନୀ ପକ୍ଷରୁ ପେଟ୍ରୋଲ ଦର ହ୍ରାସ କରାଯାଇଛି ।