ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଦୁନିଆର ସବୁଠୁ ଲମ୍ବା କ୍ରୁଜ୍ ଗଙ୍ଗା ବିଳାସର ଆଜି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରୁଜ୍ ଟି ପ୍ରଥମ କରି ବାରଣାସୀ ରବିଦାସ ଘାଟିରୁ ୩୧ ଯାତ୍ରୀଙ୍କ ସହ ଯାତ୍ରା ଆରମ୍ଭ କରିଛି ।
ଏଥିରେ ଯାତ୍ରୀ କେବଳ ଗଙ୍ଗା କୂଳ ଉପଭୋଗ କରିବେ ତାହା ନୁହେଁ ବରଂ ଏଠାକାର ସଂସ୍କୃତି ମଧ୍ୟ ଦେଖିବାକୁ ପାଇବେ । କ୍ରୁଜ୍ ଟି ୩୨୦୦ କିଲୋମିଟର ଯାଏଁ ଯାତ୍ରା କରିବାକୁ ଥିବା ବେଳେ ସମସ୍ତ ଯାତ୍ରୀ ଏଥିରେ ୫୧ ଦିନର ଯାତ୍ରା ପାଇଁ ବାହାରିଛନ୍ତି ।
ଏହି କ୍ରୁଜ୍ ରେ ଜିମ୍, ସ୍ପା ସେଣ୍ଟର, ଲେକଚର ହାଉସ, ଲାଇବ୍ରେରୀ ଆଦି ରହିଛି ।