ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥ ବ୍ୟବସ୍ଥାର ଅଗ୍ରଗତି ପାଇଁ ଟିମ ଇଣ୍ଡିଆ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଭାରତ ରାଜ୍ୟ ମାନଙ୍କର ସହଯୋଗରେ ୨୦୨୪ ମଧ୍ୟରେ ୫୦୦୦ ଡଲାର ଥିବା ଦେଶ ହେବ । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ମାନଙ୍କ ସହଯୋଗରେ ହିଁ କେବଳ ଏହା ହାସଲ ହୋଇ ପାରିବ । କାରଣ ଦେଶର ଅର୍ଥ ବ୍ୟବସ୍ଥା କେବଳ ରାଜ୍ୟ ମାନଙ୍କ ସହଯୋଗରେ ସମୃଦ୍ଧ ହୋଇଥାଏ
। ତେଣୁ ଅର୍ଥ ବ୍ୟବସ୍ଥାରେ ଅଗ୍ରଗତି କରିବାକୁ ହେଲେ କେନ୍ଦ୍ର ସହିତ ରାଜ୍ୟବି ସହଯୋଗର ହାତ ବଢାଇବା ଦରକାର । ନୀତି ଆୟୋଗର ଉପାଧ୍ୟକ୍ଷକଙ୍କର କହିବା ଅନୁସାରେ ବୈଠକରେ ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଯଥା ବର୍ଷା ଜଳ ସଞ୍ଚୟ, ପଛୁଆ ଜିଲ୍ଲାର ବିକାଶରେ ଅଗ୍ରଗତି, ନକ୍ସଲ ପ୍ରଭାବିତ ଅଞ୍ଚଳ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି ଉପରେ ଗୁରୁତ୍ୱ ଦିଆଯାଇଛି ।
ସେହିଭଳି ସମସ୍ତ ରାଜ୍ୟର କୃଷି ଉପରେ ଗୁରୁତ୍ୱ ଦିଆଯିବା ସହିତ ସେଥିରେ କିଭଳି ସୁଧାର ଆସିବ ସେନେଇ ଏକ କମିଟି ଗଠନ ହେବାକୁ ନିଷ୍ପତ୍ତି ହୋଇଛି । ଯେଉଁ କମିଟିରେ କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ସାମିଲ ରହିବେ । ଯେଉଁ ବାବଦରେ ଆସନ୍ତା ଦୁଇ ଦିନ ମଧ୍ୟରେ ବିଧିବଧ ଘୋଷଣା କରାଯିବ ।