ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରେମ ଏମିତି ବି ହେଇ ପାରେ । ସ୍ୱାମୀ ସହିତ ସ୍ତ୍ରୀକୁ ନ ଛାଡିବାରୁ ଜ୍ୱାଇଁ ହତ୍ୟା କଲା ଶାଶୁକୁ । ବୁଝି ହଉନି ଏ କେଉଁ ପ୍ରକାର ସ୍ତ୍ରୀ ପ୍ରେମ । ଏମତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନୂଆଦିଲ୍ଲୀ ବିଜୟ ବିହାର ଅଞ୍ଚଳରେ । ଖବର ଅନୁସାରେ ବିଜୟ ବିହାରରେ ରହୁଥିବା ରାମକଲୀଙ୍କର ଝିଅ ବିମଳାକୁ ୨୫ ବର୍ଷ ତଳେ ରାଜେଶ ନାମକ ଜଣେ ଯୁବକ ବିବାହ କରିଥିଲା । ବିବାହକୁ ଏତେ ବର୍ଷ ବିତି ସାରିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସଂମ୍ପର୍କ ଏତେ ଭଲ ରହିନଥିଲା । ଛୋଟିଆ ଛୋଟିଆ କଥାରେ ସବୁବେଳ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଥିଲା । ଯାହାର ଫଳ ସ୍ୱରୂପ ରାଜେଶ ବିମଳାକୁ ମାର ପିଟ କରେ ।
ରାଜେଶ ଓ ବିମଲା ବିଜୟ ବିହାର ଫେଜ ୨ ଦୁଇରେ ରହୁଥିଲେ । ଗତ ସୋମବାର ଦିନ ବିମଳାଙ୍କୁ ବହୁଟ ମାରିଥିଲେ ସ୍ୱାମୀ ରାଜେଶ । ତେଣୁ ସ୍ୱାମୀଙ୍କ ଉପରେ ରାଗ କରି ବିମଳା ନିଜ ବାପ ଘରକୁ ଚାଲି ଯାଇଥିଲା । ସେଠାରେ ବିମଳାଙ୍କୁ ବୁଝାସୁଝା କରି ଆଣିବାକୁ ଚାହିଁଥିଲା ରାଜେଶ । ମାତ୍ର ଶାଶୁ ମନା କରିବାରୁ ଉଭୟ ଶାଶୁ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । ପୁଣି ରାଜେଶ ମଙ୍ଗଳବାର ଆସି ଶଶୁର ଘରେ ପହଞ୍ଚି ଥିଲା ବିମଳାଙ୍କୁ ନିଜ ସହିତ ନେବା ପାଇଁ । ସେଠାରେ ଶାଶୁ ବାରଣ କରିବାରୁ ରାଜେଶ ଏକ କଟୁରିରେ ଶାଶୁଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣ କରି ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ କୌଣସି ପ୍ରକାରେ ସ୍ଥାନୀୟ ଲୋକ ରାଜେଶକୁ କବଜା କରି ନେଇ ଉତ୍ତମ ମଧ୍ୟମ ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶାଶୁଙ୍କ ଆହାତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଶାଶୁଙ୍କୁ ମୃତ ଘୋଷଣା କରିଥିଲେ । ସେହଭଳି ଜ୍ୱାଇଁଙ୍କୁ ମଧ୍ୟ ପୋଲିସ ଉତ୍ୟେକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତୀ କରିଛନ୍ତି ।