ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ଲୋକସଭା ମୌସୁମୀ ଅଧିବେଶନ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ସୋମବାର ହେବାକୁ ଥିବା ଲୋକସଭା ମୌସୁମୀ ଅଧିବେଶନ କିଭଳି ସୁରୁଖରୁରେ ଚାଲିବ ସେନେଇ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାନାଥ ସିଂ, ସପା ନେତା ରାମ ଗୋପାଳ ଯାଦବ ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ସଂସଦରେ ପହଞ୍ଚିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ସେହିଭଳି ଆଜି ସନ୍ଧ୍ୟାରେ ଏନଡିଏର ର ଏକ ବୈଠକ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ସଂସଦରେ ଅଧିବେଶନକୁ ସୂଚାର ରୂପେ ଚାଲିବା ପାଇଁ ଶୁକ୍ରବାର କଂଗ୍ରେସର ସହଯୋଗ ମାଗିବା ପାଇଁ କଂଗ୍ରେସ ସଂସଦୀୟ ପ୍ରମୁଖ ସୋନିଆ ଗାନ୍ଧୀଙ୍କୁ ପ୍ରହ୍ଲାଦ ଯୋଶୀ ସାକ୍ଷାତ କରି ଆଲୋଚନା କରିଛନ୍ତି । ପାଖାପାଖି ୧୫ ମିନିଟ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ।
ଯୋଶୀ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସୋନିଆଙ୍କ ସହିତ ହୋଇଥିବା ବୈଠକ ସୌଜନ୍ୟ ମୂଳକ, ସଂସଦର କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସହଯୋଗ ମାଗିଥିଲୁ । ସେ କହଥିଲେ ବିରୋଧୀଙ୍କୁ ବି ସରକାରଙ୍କ ସହଯୋଗ ଦରକାର ବୋଲି । ସୂଚନାଯୋଗ୍ୟ ୧୭ ତମ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ସୋମବାର ଠାରୁ ଆରମ୍ଭ ହେଇ ୨୭ ଜୁଲାଇରେ ଶେଷ ହେବ । ସେହିଭଳି ୫ ଜୁଲାଇରେ ବଜେଟ ଉପସ୍ଥାପିତ ହେବ ।