ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ଲୋକଙ୍କର ଆକ୍ରୋଶ ଦେଖିବାକୁ ମିଳୁଛି । ଏହାସହିତ ଦେଶର ବିଭିନ୍ନ ସ୍ଥାନରେ ଏହି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । କିଛି କିଛି ସ୍ଥାନରେ ଲୋକେ ହିଂସାତ୍ମକ କାଣ୍ଡ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଏବେ ଉତ୍ତରାଖଣ୍ଡରେ ହାଇ ଆଲର୍ଟ ଜାରି କରାଯାଇଛି ।
ସେହିପରି ଉତ୍ତରାଖଣ୍ଡର ସମସ୍ତ ପୋଲିସ କର୍ମଚରୀଙ୍କ ଛୁଟିକୁ ମଧ୍ୟ ବାତିଲ କରାଯାଇଛି । ଯେଉଁ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନକୁ ନେଇ ରାଜ୍ୟର ସ୍ଥିତିରେ ସୁଧାର ଆସିନାହିଁ ସେପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟରେ ରହିବେ ।