ଆସାମ (ଏଟିଆର ବ୍ୟୁରୋ): ନାଗରିତାକତା ବିଲ୍ କୁ ନେଇ ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀଙ୍କ ସମ୍ନା କରିବାକୁ ପଡିଛି । ଦୁଇଦିନଆ ଆସାମ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ପକ୍ଷରୁ ଦୁଇଥର କଳା ପତାକା ପ୍ରଦର୍ଶନ କରାଯାଇଛି । ଗତକାଲି ମାନେ ଶୁକ୍ରବାର ବିମାନବନ୍ଦରରୁ ରାଜଭବନ ଯିବା ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହ ବିଲ୍ ବିରୋଧରେ ବିରେଧୀଦଳ ନାରା ବାଜ୍ କରିଥିଲେ । ଆଜି ମଧ୍ୟ କଳା ପତାକା ପ୍ରଦର୍ଶନ କରାଯାଇଛି ।
ଯେତେବେଳେ ପ୍ରଧାନମନ୍ତ୍ରୀ ଗୋପୀନାଥ ବୋରଦୋଲୋଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ରାଜଭବନ ଯାଉଥିଲେ, ସେହି ସମୟରେ ଗୌହାଟି ବିଶ୍ୱବିଦ୍ୟାଳୟ ଗେଟ୍ ପାଖରେ ଆସୁ ର ସଦସ୍ୟମାନେ ତାଙ୍କୁ କଳା ପତାକା ଦେଖାଇଥିଲେ । ଏହାସହିତ ଲୋକେ ‘ମୋଦି ଗୋ ବ୍ୟାକ୍’ ଏବଂ ନାଗରିକତା ସଂଶୋଧନ ବିଲ୍ ସମାପ୍ତ କରିବା ପାଇଁ ନାରା ଲଗାଉଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସେ ନାଗରିକତା ସଂଶୋଧନ ଅଧିନିୟମକୁ ବିରୋଧ କରିବେ ବୋଲି ଛାତ୍ର ସଂଘ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ଡିସେମ୍ବର ୨୫ରେ ବୋଗିବିଲ୍ ବ୍ରିଜ୍ ଉଦଘାଟନ କରିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଆସାମା ଗସ୍ତ ।
ଶନିବାର ମାନେ ଆଜି ଆସାମର ଅନେକ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଯୋଜନାମାନ ଉଦଘାଟନ୍ କରାଯିବ । ଏହାସହିତ ଶ୍ରୀ ମୋଦି ତ୍ରିପୁରା ଏବଂ ଅରୁଣାଞ୍ଚଳ ପ୍ରଦେଶରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋନ୍ଧିତ କରିବେ । ଆସୁ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ପଦର୍ଶ କରାଯିବା ସହ ତାଙ୍କ କାର୍ଯ୍ୟାଳୟ ସମୁଖରେ ମଧ୍ୟ ଆନ୍ଦୋଳନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।